୫ ପଞ୍ଚାୟତରେ ବିଜେପି ପକ୍ଷରୁ ଭୋଟ ଭିକ୍ଷା ଓ ଜନସମ୍ପର୍କ ପଦଯାତ୍ରା

0
19

ପୋଲସରା ୨୦/୦୪/୨୪ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଭୋଟ ଭିକ୍ଷା ସହ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏପ୍ରିଲ ୨୦ ତାରିଖ ଦିନ ପୋଲସରା ବ୍ଲକର ଖଣ୍ଡୁରୁ, କଳମ୍ବ, ଜକର, ଘୋଡାପଲାଣ ଓ ବାଲିଛାଇ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଳିକଙ୍କ ସହ ବିଜେପି କର୍ମକର୍ତ୍ତା ବୃନ୍ଦ ବିଭିନ୍ନ ଗ୍ରାମରେ ଘରକୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚି ମୋଦୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମଳିକଙ୍କ ସମେତ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଯୁବନେତା ପୃଥିରାଜ ଭଞ୍ଜଦେଓ, ନିଳମାଧବ ସାହୁ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ରାଜେନ୍ଦ୍ର ପାତ୍ର, ମହେଶ୍ୱର ପରିଡ଼ା, ପ୍ରଶ୍ନ କୁମାର ଡାକୁଆ, ଦୀପକ ପୋଲାଇ, କୃଷ୍ଣ ପଟ୍ଟନାୟକ , ନାରୀ ନେତ୍ରୀ ଆରତୀ ଦେବୀ, ରୀନାରାଣୀ ଦେବୀ, ପ୍ରତିମା ସାହୁ, ସମ୍ଭୁ ପ୍ରଧାନ, ମହେଶ ସାହୁଙ୍କ ସମେତ ବହୁ ବିଜେପି କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here