ରାଣୀପଡା ଠାରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ମୃତ

0
881

ବ୍ରହ୍ମପୁର,୦୮/୦୧/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ପଞ୍ଚାୟତ ରାଣୀପଡା ଗ୍ରାମ ନିକଟସ୍ଥ ଜଗତା କେନାଲ ଠାରେ ଓ ଆର୍ ୦ ୭ ଜେ ୦୪୧୫ (OR 07 j 0415) ବିଶିଷ୍ଠ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ କେନାଲ ଭିତରକୁ ଓଲଟି ପଡିଛି। ଫଳରେ ଡ୍ରାଇଭର ଝଡିଆ ବେହେରା (୪୫)ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତ ଡ୍ରାଇଭରଙ୍କୁ କୋଦଳା ସ୍ଵାସ୍ଥ୍ୟକେନ୍ଦ୍ର କୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି । ଉକ୍ତ ଟ୍ରାକ୍ଟର ଟି ନିକଟସ୍ଥ ଏକ ରାସ୍ତା କାମରେ ନିୟୋଜିତ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here