ଆଜମ ଖାନ୍‌ଙ୍କ ବିବାଦୀୟ ବୟାନ : ମହିଳା ସାଂସଦଙ୍କ ନିନ୍ଦା

0
424

ଗତକାଲି ସମାଜବାଦୀ ସାଂସଦ ଆଜମ ଖାନ୍‌ ଲୋକସଭାରେ ସଭାପତି ରମା ଦେବୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଏହାପରେ ଗତକାଲି ଲୋକସଭାରେ ଆଜମ୍‌ ଖାନ୍‌ଙ୍କୁ ସମାଲୋଚନା କରାଯିବା ସହିତ କ୍ଷମାପ୍ରାର୍ଥନା ଦାବି କରାଯାଇଥିଲା । ଶୁକ୍ରବାର ବିହାର ସାଂସଦ ରମା ଦେବୀଙ୍କ ବିପକ୍ଷ ମନ୍ତବ୍ୟକୁ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ମହିଳା ସାଂସଦ ମାନେ ଏହି ବକ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣ ଆଜମ୍‌ଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ସଂସଦରୁ ନିଲମ୍ବନ ଦାବି କରିଛନ୍ତି । ସଂସଦରେ ଏଭଳି ମନ୍ତବ୍ୟ ଏକ ଅକ୍ଷମଣୀୟ ଅପରାଧ ଏବଂ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ସେହିପରି ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ଆଜମଙ୍କୁ ସମାଲୋଚନା କରିଛନ୍ତି । ସଂସଦ ଜଣେ ମହିଳାଙ୍କ ପାଇଁ ଏପରି ଅପମାନଜନକ ଶବ୍ଦର ବ୍ୟବହାର ଅଗ୍ରହଣୀୟ ବୋଲି ମିମି କହିବା ସହିତ ଆଜମଙ୍କ ନିଲମ୍ବନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here