ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଙ୍କୁ ସଶକ୍ତିକରଣ କରିବା ନିମନ୍ତେ ବୌଠକ

0
572

ଛତ୍ରପୁର (୧୨/୮) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ସଶକ୍ତିକରଣ ନିମନ୍ତେ ମାଛ ଚାଷ କରିବାକୁ ପ୍ରୋତ୍ସାହନ କରିବା ପାଇଁ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତରେ ଥିବା ପୋଖରୀ ଗୁଡିକୁ ମହିଳା ଗୋଷ୍ଠୀଙ୍କୁ ମାଛ ଚାଷ କରିବା ନିମନ୍ତେ ଦୀର୍ଘ ମିଆଦୀ ସୂତ୍ରରେ ପ୍ରଦାନ କରାଯିବ, ଏଥିପାଇଁ ସେମାନଙ୍କୁ ହେକ୍ଟର ପିଛା ୧ଲକ୍ଷ ୫୦ ହଜାର ଟଙ୍କାର ବିନା ସୁଧାରେ ଋଣ ଯୋଗାଇ ଦିଆଯିବ ଏବଂ ମାଛ ଚାଷ ପାଇଁ ଜାଅଁଳା, ଚୂନ, ଗମନାଗମନ ବାବଦରେ ସେମାନଙ୍କ ଖର୍ଚ୍ଚର ରସିଦ ପ୍ରଦାନ କରି ମତ୍ସ୍ୟ ବିଭାଗ ଠାରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ ଓ ବାକି ୬୦ ହଜାର ଟଙ୍କା ଋଣକୁ ବିନା ସୁଧାରେ ବ୍ୟାଙ୍କକୁ ପରିଶୋଧ କରିବେ । ପୋଖରୀରୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଲିଜ ଆକାରରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାସହ ଜିଲ୍ଲାକୁ ୨୩୦ ହେକ୍ଟର ପାଇଁ ଅନୁଦାନ ଆସିଛି । ଏବେ ଗୋଟିଏ ପଞ୍ଚାୟତ ଗୋଟିଏ ପୋଖରୀରେ ମାଛ ଚାଷ କରିବା ପାଇଁ ମହିଳା ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯିବ । ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ ଉପରୋକ୍ତ ବିଷୟ ସହିତ ମୋ ପୋଖରୀ ଯୋଜନାରେ ୮ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନରେ ଜଣେ ଘରୋଇ ଜାଗାରେ ପୋଖରୀ ଖନନ କରି ପାରିବେ । ସେଥିପାଇଁ ୫୦ ପ୍ରତିଶତ ରିହାତି ମଧ୍ୟ ଯୋଗାଇ ଦିଆଯିବା ପାଇଁ ଯୋଜନା ରହିଛି ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here