ହିଞ୍ଜିଳିକାଟୁ ରେ ବାଇକ ସହ କାର୍ ଧକ୍କା

0
370

ହିଞ୍ଜିଳିକାଟୁ,୨୩/୮/୧୯; ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ଛକ ନିକଟବର୍ତ୍ତୀ ୫୯ ନଂ ଜାତୀୟ ରାଜପଥ ରେ ଶୁକ୍ରବାର ଅପରାହ୍ନରେ ଏକ ହୁଣ୍ଡାଇ କାର ନଂ (ଓଆର ୦୭ ୱାଇ ୧୯୯୧) ସହ ହିରୋ ଏଚଏଫ୍ ଡ଼ିଲକ୍ସ ବାଇକ ନଂ ( ଓଡ଼ି୦୭ କ୍ୟିୟୁ ୨୭୮୨) ମୁହାଁମୁହିଁ ଧକ୍କା ଘଟି ୨ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ବ୍ରହ୍ମପୁର ହରିଡ଼ାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହିର ଶିବ ଗୌଡ଼(୧୯) ଓ କାଳିଆ ଗୌଡ଼ (୨୨) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଦୁଇ ଯୁବକ କୌଣସି କାମ ରେ ଆସି କାର୍ଯ୍ୟ ସାରି ବାଇକ ଯୋଗେ ବ୍ରହ୍ମପୁର ଫେରୁଥିବା ସମୟରେ ବ୍ରହ୍ମପୁର ଠାରୁ ହିଂଜିଳିକାଟୁ ଅଭିମୁଖେ ଆସୁଥିବା ଏକ ହୁଣ୍ଡାଇ କାର ସହ ମୁହାଁମୁହିଁ ଧକ୍କା ଘଟିଛି।

LEAVE A REPLY

Please enter your comment!
Please enter your name here