ଜରାଶ୍ରମ ରେ ଜନ୍ମାଷ୍ଟମୀ ପାଳିଲେ ଜୟ ଜଗନ୍ନାଥ ଗ୍ରୁପ ଓଡିଶା

0
452

ଆଜି ଜନ୍ମାଷ୍ଟମୀ , ପୁରାଣବର୍ଣିତ କଥା ଅନୁଯାୟୀ କଂସ ର ପାପର ବିଶାଳ ସାମ୍ରାଜ୍ୟ କୁ ବିନାଶ କରି ପୃଥିବୀରେ ଶାନ୍ତି ବଜାୟ ରଖିବାକୁ ବାସୁଦେବ ଓ ଦେବକୀଙ୍କ ଅଷ୍ଟମ ପୁତ୍ରଭାବରେ ଧାରା ପୃଷ୍ଟରେ ଜନ୍ମ ନେଇଥିଲେ ଅବତାରୀ ପୁରୁଷ ଶ୍ରୀକୃଷ୍ଣ ।।

ଦେଖିବାକୁ ଗଲେ ସଂସାର ର ସମସ୍ତ ମା ବାପାଙ୍କ ପାଇଁ ସେମାନଙ୍କ ପୁତ୍ରମାନେ କୃଷ୍ଣ ବଳରାମ , ସେମାନଙ୍କ ପ୍ରତ୍ୟେକ ଅଳି ମା ବାପାଙ୍କ ପାଇଁ ଏକ ଏକ ସୁନ୍ଦର ମୁହୂର୍ତ୍ତ ,
କିନ୍ତୁ ସତ କହିଲେ , ପ୍ରତ୍ୟେକ ସନ୍ତାନ ସନ୍ତତି ଙ୍କ ପାଇଁ ସେମାନଙ୍କ ବାପା ମା କଣ ଦେବକୀ ଆଉ ବସୁଦେବ….?
ଆଜିର ଏହି ବସ୍ତୁବାଦୀ ଦୁନିଆରେ ପିତାମାତାଙ୍କ ଆଶୀର୍ବାଦ ପିଲାମାନଙ୍କ ର ଏକାନ୍ତ କାମ୍ୟ…?
ଆଜି ବି କଣ ସେମାନେ ବାପା ମା ଙ୍କ ପାଦତଳେ ସ୍ୱର୍ଗ ସୁଖ କାମନା କରନ୍ତି ….?
ବୋଧହୁଏ ନା….

କାରଣ ଯଦି ତାହା ହୋଇଥାନ୍ତା ତା ହେଲେ ସହର ର ପ୍ରତୀଟି କୋଣରେ ଜରା ନିବାସ , ବୃଦ୍ଧାଶ୍ରମ ଇତ୍ୟାଦି ମୁଣ୍ଡ ଟେକି ଛିଡ଼ା ହୋଇ ନଥାନ୍ତା କିମ୍ବା ଭଲ ମନ୍ଦ ପର୍ବ ପର୍ବାଣି ରେ ଜୀବନର ସାୟାହ୍ନ ରେ ଜୀବନ୍ତ ଭଗବାନ ମାନଙ୍କ ପେଜୁଆ ଆଖି ଲୁହ ଛଳ ଛଳ ଆଖିରେ ସେମାନଙ୍କ ପିଲାମାନଙ୍କ ଆସିବା ବାଟକୁ ଚାହିଁ ବସି ନଥାନ୍ତେ । ଅଜଣା ଆଗନ୍ତୁକ ଙ୍କ ପାଦ ଶବ୍ଦରେ ଧଡ଼ପଡ଼ ହୋଇ ବସିବା ସ୍ଥାନରୁ ଉଠି ଆସି ନଥାନ୍ତେ ।।

ଆଜିର ଏହି ପବିତ୍ର ତିଥିରେ ଆମ ଜୟ ଜଗନ୍ନାଥ ଗ୍ରୁପର ଭାଇ ଓ ଭଉଣୀ ମନେ ପହଞ୍ଚି ଛନ୍ତି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ଥିବା ବୃଦ୍ଧାଶ୍ରମରେ ଏବଂ ଏକ ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । ସେହି ଅବହେଳିତ ଦେବକୀ ଓ ବସୁଦେବ ମାନଙ୍କ ସହିତ । ସେମାନଙ୍କ ଶୁଖିଲା ଓଠରେ ଚେନାଏ ହସ ଖେଳାଇ ଦୁଃଖ ଓ ପ୍ରତୀକ୍ଷା ର ଲୁହକୁ ଅନନ୍ଦାଶ୍ରୁ ପରିବର୍ତ୍ତନ କରି ଆଶୀର୍ବାଦର ଅସରନ୍ତି ଭଣ୍ଡାର ଭରି ଦେବାର ପ୍ରୟାସ।।

କଥାରେ ଅଛି “” ଦୁଃଖ ବାଣ୍ଟିଲେ କମେ ସୁଖ ବାଣ୍ଟିଲେ ବଢେ “” ସେମାନଙ୍କ ଦୁଃଖ ଆମେ କେତେ କମାଇ ପାରିଲୁ ଜାଣିପାରିଲୁନି ସତ ଆମର ଆତ୍ମ ସନ୍ତୋଷ ର ଗନ୍ତାଘର କିନ୍ତୁ ସୁଖରେ ଭରିଗଲା …
ସମଗ୍ର ବୃଦ୍ଧାଶ୍ରମ ଏକ ସୁନ୍ଦର ଭାବାବେଗ ଭରା ସ୍ଵର ରେ ଗାଇଉଠିଲେ …
ହାତୀ ଘୋଡା ପାଲକୀ
ଜୈ କହ୍ନେୟା ଲାଲ କି…..
ଏହି ଅବିସ୍ମରଣୀୟ ଦିନକୁ ଜୟ ଜଗନ୍ନାଥ ଗ୍ରୁପର ପ୍ରତିଷ୍ଠାତା ଶିବଶଙ୍କର ଦାଶ ପରିକଳ୍ପନା କରିଥିଲା ବେଳେ ଏହାକୁ ସଫଳ କରିଥିଲେ ଗ୍ରୁପର ଆଡ୍ମିନ କାର୍ତ୍ତିକ ପାଣିଗ୍ରାହି , ସଭାପତି ରାଜେନ୍ଦ୍ର ପାତ୍ର , ଆଜିତ ପାତ୍ର , ଭଉଣୀ ମମତା ପାତ୍ର , ଅଙ୍କିତା ପାତ୍ର , ମିଡିଆ ମୁଖପାତ୍ର ରଂଜନା ମିଶ୍ର ଶ୍ରୀକାନ୍ତ ସାହୁ ସୁଚିସ୍ମିତା ସାହୁ ରୋହିତ ପାତ୍ର ବିଷ୍ଣୁପ୍ରିୟା ପାଢ଼ୀ , ମମତା ପଣ୍ଡା ସାବିତ୍ରୀ ଦେବତା , ଅମରେଶ କହଁର ଓ ଅନ୍ୟ ମନେ । ଏହି ଅବସରରେ ବୃଦ୍ଧାଶ୍ରମ ର ସମସ୍ତ ମଉସା ମାଉସି ଙ୍କୁ ନୂତନ ଵସ୍ତ୍ର ଉପହାର ଦେବା ସହ ଭୁରିଭୋଜନର ଆୟଜନ କରାଯାଇଥିଲା ।।

LEAVE A REPLY

Please enter your comment!
Please enter your name here