ଦିଗପହଣ୍ଡି ଥାନାଞ୍ଚଳରେ ବୃଦ୍ଧି ପାଉଛି ଅପରାଧ, କାର୍ଯ୍ୟାନୁଷ୍ଠାନ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ

0
211

ଦିଗପହଣ୍ଡି,୨୭/୮/୧୯;
ଦିଗପହଣ୍ଡି ଥାନାଞ୍ଚଳରେ ସମ୍ପ୍ରତ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ଉଠିଛି । ଦିନକୁ ଦିନ ଅପରାଧର ମାତ୍ରା ବୃଦ୍ଧି ପାଉଥିବା ବେଳେ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତା ହୋଇଯାଇଥିବା ଜଣାପଡିଛି । ଗତ ଜାନୁଆୟୀ ମାସରୁ ଆଜି ସୁଦ୍ଧା ୧୫୫ ଗୋଟି ମାମଲା ଥାନାରେ ରୁଜୁ ହୋଇଥିବା ବେଳେ ବହୁ ସମ୍ବେଦନଶୀଳ ମାମଲାରେ ପୋଲିସକୁ ସେତେଟା ସଫଳତା ମିଳିପାରିନଥିବା ଜଣାପଡିଛି । ଭାରପ୍ରାପ୍ତ ଥାନାଧିକାରୀ ଏବଂ ଥାନାର ଅନ୍ୟ ତଦନ୍ତକାରୀ ଅଧିକାରୀ ମାନଙ୍କ ଦ୍ୱାରା ଅପରାଧି ମାନଙ୍କ ଅପରାଧକୁ ଘଣ୍ଟ ଘୋଡାଯାଉଥିବା ଭଳି ପରିସ୍ଥିତି ଉପୁଜିଥିବା ନେଇ ନାନା ସମାଲୋଚନା ହେଉଛି । ଏହାର ପ୍ରତିବାଦ କରି ପୂର୍ବରୁ ଘଟିଥିବା ସମସ୍ତ ଅପରାଧିକ ମାମଲାରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ବିଦ୍ଧବଦ୍ଧ ତଦନ୍ତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରି ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ସମାଜସେବୀ ଏବଂ ସାମ୍ବାଦିକ । ଏସପି ପିନାକ ମିଶ୍ରଙ୍କ ଅନୁପସ୍ଥିତରେ ଡିଏସପି ର‌୍ୟାଙ୍କ୍ ଅଧିକାରୀ ଆର୍.କେ.ପତିଙ୍କୁ ସମାଜସେବୀ ଅନନ୍ତ ମହାନ୍ତି ଏବଂ ବିଜୁ ଯୁବ ବାହିନୀ ଏନଏସି ସଭାପତି ତଥା ପିଏଫ୍ଏ ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ମଙ୍ଗଳବାର ପୂର୍ବାହ୍ନରେ ଭେଟି ଦିଗପହଣ୍ଡି ଥାନାଞ୍ଚଳରେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ପ୍ରସଙ୍ଗ ଉପରେ ବିସ୍ତୃତ ବୀବରଣୀ ପ୍ରକାଶ କରିଥିଲେ । ସମସ୍ତ ବିଷୟ ବୁଝି ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ପାଇବା ପରେ ସ୍ମାରକ ପତ୍ର ଦେଇ ସମାଜସେବୀ ମାନେ ଫେରିଯାଇଥିଲେ ।
ପ୍ରକାଶ ଥାଉକି, ଦିଗପହଣ୍ଡି ଥାନାକୁ ଆଦର୍ଶ ଥାନା ଭାବେ ଘୋଷିତ କରାଯାଇଛି । ଥାନାଞ୍ଚଳରେ ଅପରାଧ ନିୟନ୍ତ୍ରଣ ସହିତ ଲୋକ ସମ୍ପର୍କ ବୃଦ୍ଧି କରାଯାଇ ପୋଲିସ କିଭଳି ସୁଚାରୁ ରୂପେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବ ସେନେଇ ଆମ ପୋଲିସ ସମିତି ମଧ୍ୟ ଗଠନ କରାଯାଇଛି । ହେଲେ ଆମ ପୋଲିସ ସମିତି ଏବଂ ଦିଗପହଣ୍ଡି ଥାନା ପୋଲିସର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପ୍ରତ୍ତି ଲକ୍ଷ୍ୟ ଚ୍ୟୁତ ହୋଇଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here