ପ୍ରାଧୀକରଣ ଆନୁକୂଲ୍ୟରେ ଆଇନ ସଚେତନା ଶିବିର ଓ ବିଭିନ୍ନ ସରକାରୀ ସହାୟତା ବଣ୍ଟନ

0
217

ବ୍ରହ୍ମପୁର,୨୭/୮/୧୯;ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବ୍ରହ୍ମପୁର ନିକଟସ୍ଥ ଆଙ୍କୁଶ ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟlଳୟଠାରେ ଆ ଇ ନ ସଚେତନତା ଶିବିର ଆୟୋଜିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦାନ କରିଥିଲେ l ଏହି ସଚେତନତା ଶିବିରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ଆଲୋଚନା କରିଥିଲେ l ଏହା ସହ ପ୍ରାଧିକରଣ ସଚିବ ବିଭିନ୍ନ ଆଇନ ଗତ ସମସ୍ୟାର ସମାଧାନ ନିମନ୍ତେ ପ୍ରାଧିକରଣ କାର୍ଯ୍ୟାଳୟର ଭୁମିକା ବିଷୟ ରେ ଆଲୋଚନା କରିଥିଲେ ଏବଂ ଏହା ସହିତ ୪୨ଜଣ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ ୮୦ ଜଣ ମନରେଗା ଜବ କlର୍ଡ଼ ଓ ୩୧ ଜଣ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶିବିର ରେ କୁକୁଡା ଖଣ୍ଡି ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ, କୁକୁଡା ଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରାଉତ, ସ୍ଥାନୀୟ ସରପଂଚ ଶ୍ରୀମତୀ ସୀତା ରାଉଳ ପ୍ରମୂଖ ଉପସ୍ଥିତ ଥିଲେ। ପରିଶେଷ ରେ ସ୍ଥାନୀୟ ସରପଂଚ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here