ବ୍ରହ୍ମପୁରରେ ନିର୍ମାଣ ହେବ “ଗଞ୍ଜାମ ହାଟ”

0
283

ବ୍ରହ୍ମପୁର,୨୭/୮/୧୯;ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ‘‘ଗଞ୍ଜାମ ହାଟ’’। କୋଣାର୍କ ମନ୍ଦିର ହ୍ୱିଲ ଷ୍ଟାଇଲରେ ନିର୍ମାଣ ହେବାକୁ ଥିବା ଏହି ହାଟରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳା ଓ ସଂସ୍କୃତି ସହ ପିଲାଠାରୁ ବୁଢାଙ୍କ ଯାଏଁ ରହିବ ମନୋରଂଜନ ଭିତ୍ତିକ ସାମଗ୍ରୀ। ଏଥିସହ ରହିବ ମୁକ୍ତାକାଶ ରଙ୍ଗମଞ୍ଚ। ଏଥିରେ ପ୍ରାତଃଭ୍ରମଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଚଲାପଥ ଓ ଭିନ୍ନକ୍ଷମଙ୍କ ପାଇଁ ଓପନ ଜିମର ବ୍ୟବସ୍ଥା ରହିବ। ସହରର କର୍ପୋରେସନ୍‌ ରୋଡରେ ତଥା ବିଜୁପଟ୍ଟନାୟକ ପାର୍କ ସାମ୍ନାରେ ଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିସ୍ତୀର୍ଣ୍ଣ ପଡିଆକୁ ଏଥିପାଇଁ ଚିହ୍ନଟ କରାଯାଇଛି। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିବା ବେଳେ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଗଞ୍ଜାମ ହାଟର ଡିଜାଇନ ମଧ୍ୟ ଅନୁମୋଦନ ହୋଇଛି। ଆଗାମୀ ୪୫ ଦିନ ମଧ୍ୟରେ ଟେଣ୍ଡର କାର୍ଯ୍ୟ ସରିବା ପରେ ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ଆଜି ବିଡିଏର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି।  ଏହା ସହ ବ୍ରହ୍ମପୁର ଉପକଣ୍ଠ ହଲ ହଳଦିଆପଦର ବସଷ୍ଟାଣ୍ଡ ଆସନ୍ତା ଅକ୍ଟୋବର ମାସ ୨ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।ଆଜି ର ବୌଠକ ରେ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ବେହେରା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here