Home ବ୍ରହ୍ମପୁର ସ୍ପେଶାଳ ପୁଣି ସାମ୍ବାଦିକତା ନାମରେ ଠକେଇ ଅଭିଯୋଗ

ପୁଣି ସାମ୍ବାଦିକତା ନାମରେ ଠକେଇ ଅଭିଯୋଗ

0
393

ପାରଳାଖେମୁଣ୍ଡି, ୪/୯/୧୯;(ପ୍ରଭାତ ପାତ୍ର)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ଏକ ଠକେଇ ମାମଲାର ସାମ୍ବାଦିକ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ଅଭିଯୁକ୍ତ ସାହୁ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗୁଷାଣି ବ୍ଲକର ଗୁରାଣ୍ଡି ଗ୍ରାମର ସୁଭ୍ରତ କୁମାର ପାତ୍ରଙ୍କୁ ରେଳବାଇରେ ଚାକିରି କରାଇ ଦେବି ବୋଲି କହି ୬୦ ହଜାର ଟଙ୍କା ନେଇଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗିରଫ ଗିରଫ କରିଥିଲେ। ଏନେଇ ପାରଳାଖେମୁଣ୍ଡି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତାରାମ ଶତପଥି ଅଭିଯୁକ୍ତ ନାମରେ ଏପରି ଅନ୍ୟ ଏକ ଠକେଇ ମାମଲା ରାୟଗଡା ଜିଲ୍ଲା ପଦ୍ମପୁର ଥାନାରେ ଥିବା କହିଛନ୍ତି। ଅଭିଯୁକ୍ତ ନିଜେ ଏକ ଓେବ୍ ଟିଭି ଖୋଲି ବେଶ କିଛି ଦିନ ହେଲା ସାମ୍ବାଦିକ କରୁଥିଲେ। ଆଜି ପୋଲିସ ଜାଲରେ ପଡିବା ପରେ ପୋଲିସ ସାମ୍ବାଦିକ ବାବୁଙ୍କ ବିରୋଧରେ କେସ ନଂ- ୧୭୦/୧୯ ରୁଜୁକରି ଧାରା ୪୧୯,୪୨୦,୨୯୪,୩୨୩,୫୦୬ ଲଗାଇ କୋର୍ଟ ଚାଲାଣ କରିଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!