ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁ ଦିବସ ପାଳିତ

0
238

ହିଞିଳିକାଟୁ: ତା ୫/୯ (ନିପ୍ର) ସ୍ଥାନୀୟ ପୌର ପରିଷଦ ଓ ଗ୍ରାମାଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁରୁଦିବସ ପାଳିତ ହୋଇଯାଇଛି ।ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ପ୍ରାକ୍ତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ସୁରେନ୍ଦ୍ର ନାଥ ନାୟକ,ଉପେନ୍ଦ୍ର କୁମାର ସାବତ,ମଧୁ ପଣ୍ଡା ,ନିକୁଞ୍ଜ କୁମାର ପ୍ରଧାନ ଆର.ଭୀମରାଜୁ, ବଟକୃଷ୍ଣ ପଣ୍ଡା ଲଲମୋହନ ସାହୁ ପ୍ରମୁଖ ଶିକ୍ଷକବୃନ୍ଦ ଛାତ୍ର ଛାତ୍ରୀଙ୍କୁ ଏହି ଗୁରୁ ଦିବସର ତାପର୍ଯ୍ୟ ସମ୍ପର୍କରେ କହିଥିଲେ ।ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୂଜନ କରି କଲମ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ସେହିପରି ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ,ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ଓମ ସାଇ ଇଣ୍ଟରନେସିନାଲ, ଧରିତ୍ରୀ ପବ୍ଲିକ ସ୍କୁଲ,ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ,ସରକାରୀ ପ୍ରାଥମିକ ବିଦ୍ୟାଳୟ ହିଞିଳି,ରେଗିଡି,ଆଙ୍କରଡ଼ା, ଶିକିରି, କଞ୍ଚୁରୁ, ନନ୍ଦିକ, ରାଳବ,ବେଲଗାଁ,ଗଣ୍ଡଳା, ସାରୁ ଆଦି ବିଦ୍ୟାଳୟ ମାନଙ୍କରେ ଗୁରୁଦିବସ ପାଳିତ ହୋଇଯାଇଛି ।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here