ଏଚ ଏସ ଆର ପି(HSRP) ନମ୍ବର ପ୍ଲେଟ ନଥିବା ଗାଡ଼ି ଗୁଡ଼ିକ ବିରୁଦ୍ଧରେ ଜୁନ୍ ୨୩ ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

0
259

କଟକ,୦୯/୦୬/୨୦୨୩: ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ଏପ୍ରିଲ ପହିଲା ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ର ଲଗେଇବାର ଅବଧି ଗତ ଫେବୃଆରୀ ମାସ ୨୮ ତାରିଖ ରେ ଶେଷ ହୋଇ ଯାଇଛି । ଏହା ଦେଖାଯାଉଛି ଯେ କିଛି ଗାଡି ଏଚ ଏସ ଆର ପି )HSRP) ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଛନ୍ତି | ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା ୨୩ ଜୁନ୍ ୨୦୨୩ ରୁ HSRP ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ର ଯୋଜନା କରିଛନ୍ତି |
ଏକ ପ୍ରେସ ନୋଟରେ, ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଶ୍ରୀ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଛନ୍ତି, ଜୁନ ୭ ତାରିଖ ସୁଦ୍ଧା ମୋଟ ୪୦,୯୩,୬୦୮ ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ ୩୫,୮୭,୫୭୭ ଗାଡିରେ HSRP ଲଗାଯାଇଛି | ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି । ” ଏମ ଭି ଆକ୍ଟ, ୧୯୮୭, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ହଜାର / – କିମ୍ବା ୧୦ହଜାର / – ଟଙ୍କା ଜୋରିମାନା ଆଦାୟ କରାଯିବ |CMVR, 1989 ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ ଏଚ ଏସ ଆର ପି (HSRP) ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ |

LEAVE A REPLY

Please enter your comment!
Please enter your name here