ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକଙ୍କ ତାଲିମ ଶିବିର

0
206

ପାରଳାଖେମୁଣ୍ଡି ୬/୯- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ସମ୍ମିଳନି କକ୍ଷରେ ପ୍ରାଣି ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ ଏହି ଶିବିରର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା: ଦିଲ୍ଲୀପ କୁମାର ପଟ୍ଟନାୟକ ଯୋଗଦେଇ ଏହା ଦ୍ଵାରା ସ୍ଵୟଂ ସାହାୟିକା ଗୋଷ୍ଠୀର ଆଥିକ ଅଭିବୃଦ୍ଧି ସହ ସାମଗ୍ରୀକ ବିକାଶ କିଭଳି ସମ୍ଭବ ସେ ନେଇ ବୁଝାଇଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା: ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଅଣ୍ଡା ଦିଆ କୁକୁଡ଼ା ପାଳନର ଲକ୍ଷ ଏବଂ ଏହାର ପରିଚାଳନା, ଗୃହ ନିର୍ମାଣ ଆଦି ସମ୍ପର୍କରେ ବୁଝାଇ ଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ ଅଧିକାରୀ ଏବଂ ମିଶନ ଶକ୍ତି ଜିଲ୍ଲା ଓ ବ୍ଲକ ସ୍ତରିୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here