ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0
228

ରା. ଉଦୟଗିରି, ୯/୯-ଗଜପତି ଜିଲ୍ଲା ଆର. ଉଦୟଗିରି ପାତ୍ର ଆମ୍ବତୋଟାର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ ଆର. ଉଦୟଗିରି ତେନ୍ତୁଳିସାହିର ରାଜକୁମାର ବେହେରା ବୋଲି ଜଣାପଡିଛି । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି । ଯୁବକ ଜଣକ ପୂର୍ବରୁ ଏକ ଗଣ୍ଡଗୋଳ ମାମଲାରେ ପ୍ରତିଦିନ ଥାନାରେ ହାଜିରା ପକାଉଥିଲେ । ଗତକାଲି ରାତିରେ ଗାଁ ରେ ଗଣେଶ ବିସର୍ଜନ ଥିବାବେଳେ ଯୁବକ ଜଣକ ସେଠାକୁ ଯାଇ ଘରକୁ ଫେରିଥିଲେ । ତେବେ ଘରେ ପରିବାର ଲୋକଙ୍କ ସହ ରାତିରେ କିଛି ଗଣ୍ଡଗୋଳ ହୋଇଥିଲା । ଏହା ପରେ ସେ ରାତିରେ ଘରୁ ଚାଲିଯାଇଥିଲେ । ସକାଳେ ଆମ୍ବ ଗଛରେ ତାଙ୍କ ମୃତ ଦେହ ଝୁଲୁଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here