ସାପ କାମୁଡ଼ାରେ ମହିଳା ଜଣଙ୍କ ମୃତ

0
178

ହିଂଜିଳିକାଟୁ, ୧୫/୯ (ନିପ୍ର) ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ରବିବାର ଅପରାହ୍ନରେ ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସଂପୃକ୍ତ ଗ୍ରାମ ନୂଆଁ ସାହି ବାସିନ୍ଦା କୋରା ସେଠିଙ୍କ ଧର୍ମପତ୍ନି ମଞ୍ଜୁଳା ସେଠି (୩୮) । ରବିବାର ଅପରାହ୍ନରେ ମଞ୍ଜୁଳା ଓ ତାଙ୍କ ଶାଶୁ ଧାନ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ଧାନବିଲ ନିକଟରେ ଏକ ବିଷଧର ସାପ ମଞ୍ଜୁଳାଙ୍କୁ କାମୁଡ଼ି ଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ସଦସ୍ୟ ଘଟଣା ସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶେରଗଡ଼ ପୋଲିସ ହିଞିଳିକାଟୁ ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଛି ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ : ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here