୧୮ ସେପ୍ଟେମ୍ବର ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବୈଠକ

0
222

ହିଞିଳିକାଟୁ ୧୬/୯ (ନିପ୍ର) ବିଜୁ କନ୍ୟାରତ୍ନ ଯୋଜନା ଅଧିନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ଗଞ୍ଜାମ ରେ ଆରମ୍ଭ କରିଥିଲେ ମୋ ଗେହ୍ଲା ଝିଅ ଯୋଜନା । ତାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୮ତାରିଖରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ହିଞିଳିକାଟୁ ବ୍ଳକ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଡିଆରଡିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।ତହସିଲଦାର ଗୋପୀନାଥ କୁଅଁର, ସିଡିପିଓ ଶୁଭଶ୍ରୀ ପାତ୍ର,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ଏବିଡ଼ିଓ ଧରଣୀଧର ଭୁଆଁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ରାଜ୍ୟ ସରକାରଙ୍କ ବିଜୁ କନ୍ୟାରତ୍ନ ପ୍ରାଥମିକ ସ୍ତରରେ ପ୍ରତି ମାସରେ ବ୍ଳକ ଓ ପଞ୍ଚାୟତ ସ୍ତରରେ ଆୟୋଜିତ କରାଯିବ ବୋଲି ମୁଖ୍ୟ ଅତିଥି ଅବଗତ କରିଥିଲେ।ଏହି ଯୋଜନାରେ କନ୍ୟା ଶିଶୁଙ୍କ ଜନ୍ମ ଦିନକୁ ପ୍ରଶାସନିକ ସ୍ତରରେ ଧୁମଧାମରେ ପାଳନ କରାଯିବ । ସେପ୍ଟେମ୍ବର ୧୮ ତାରିଖରେ ପ୍ରତେକ ପଞ୍ଚାୟତ ସ୍ତରରେ ମୋ ଗେହ୍ଲା ଝିଅ ବିକାଶ ରଥ ରାଲି କରାଯିବ ।ଏହି କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ଝିଅ ଶିଶୁଙ୍କ ଘରକୁ ଯାଇ ଫୁଲ ଓ ରଙ୍ଗୋଲି ମାଳରେ ସଜାଯିବ , ମିଠା ବାଣ୍ଟିବା ଓ ଗୋଟିଏ ଶିଶୁ କନ୍ୟା କୁ ଗଛଟିଏ ଦିଆଯିବା ସହ ଶିଶୁ କନ୍ୟାର ପିତା ମାତାଙ୍କୁ ସମ୍ମାନିତ କରାଯିବ ।ଏଥିସହିତ ସରପଞ୍ଚ , ବ୍ଳକ ସ୍ତରର ପି ଆର ଆଇ ମେମ୍ବର,ନୋଡାଲ ଅଫିସର ଓ ଅଙ୍ଗନବାଡି କର୍ମୀ ସାମିଲ ରହିବେ ବୋଲି ସେ କହିଛନ୍ତି ।ଏହି ବୈଠକରେ ନନ୍ଦିକ ସରପଞ୍ଚ ମୋ ଗେହ୍ଲା ଝିଅ ପାଣ୍ଠିକୁ ୧୨୦୭/- ଅର୍ଥ ରାଶି ପ୍ରଦାନ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବିଇଓ ବସନ୍ତ କୁମାର ପଣ୍ଡା, ମେଡ଼ିକାଲ ଅଫିସର ପ୍ରତିଭା ପାତ୍ର,ଏବିଓ ବିଶ୍ୱନାଥ ମହାରଣା, ବିପିଏମ୍ ଶଶାଙ୍କ ଶେଖର ପଣ୍ଡା, ଆଇସିଡିଏସ ସୁପରଭାଇଜର ବନଜା ବେହେରା ,ସୋନାଲି ବେହେରା, ଜେ ଲକ୍ଷ୍ମୀ,ଆଲୋକ ପାତ୍ର ,ଉର୍ମିଳା ମହାପାତ୍ର ,ବହୁ ସରପଞ୍ଚ ,ସମିତି ସଭ୍ୟ ପ୍ରମୁଖଙ୍କ ସମେତ ବହୁ ପି ଆର ଆଇ ମେମ୍ବର ଓ ନୋଡାଲ ଅଫିସର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here