Home ରାଜ୍ୟ ନୂତନ ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ ନେଇ ଏଣ୍ଡୋମେଣୄ କମିଶନର ଓ ବିଧାୟକ ମଧ୍ୟରେ ଅଲୋଚନା

ନୂତନ ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ ନେଇ ଏଣ୍ଡୋମେଣୄ କମିଶନର ଓ ବିଧାୟକ ମଧ୍ୟରେ ଅଲୋଚନା

0
357

ପାରଳାଖେମୁଣ୍ଡି ୨୩/୯– ପାରଳାଖେମୁଣ୍ଡି ଠାରେ ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର ନୂତନ ନିର୍ମାଣ ପାଇଁ ବୃଦ୍ଧିଜମି ମନଙ୍କ ଗ୍ରହଣରେ ଏଣ୍ଡୋମେଣୄ କମିଶନର ପ୍ରବୀର କୁମାର ଚୌଧୁରୀ ଓ ସ୍ଥାନୀୟ ବିଧାୟକ କେ ନାରାୟଣ ରାଓଙ୍କ ମଧ୍ଯରେ ଏକ ଖୋଲା ଆଲୋଚନା ହୋଇଯାଇଛି। ଫଳରେ ବହୁ ପ୍ରତିକ୍ଷିତ ଭାବେ ରହି ଆସୁଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ପାରଳା ବାସୀଙ୍କ ମଧ୍ୟରେ ଏକ ନୂତନ ଆଶା ସଞ୍ଚାର ହୋଇଛି।
ପାରଳାଖେମୁଣ୍ଡି ଠାରେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର, ନୂତନ ଶୈଳୀ ଓ ଅତ୍ୟାଧୁନିକ ଢାଞ୍ଚାରେ ମନ୍ଦିର ନିର୍ମାଣ କରାଯିବା ଉଦେଶ ନେଇ ପାରଳାଖେମୁଣ୍ଡିର ଶତାଧିକ ବର୍ଷର କିମ୍ବଦନ୍ତୀ ବହନ କରୁଥିବା ପୂରାତନ ମନ୍ଦିରକୁ ଭାଙ୍ଗି ଦିଆ ଯାଇଥିଲା। ପରେ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ଗତ ୪ ବର୍ଷ ହେଲା ସେଠାରେ ହିଁ ମହାପ୍ରଭୁଙ୍କ ପୂଜା-ବିଧି ଓ ବିଭିନ୍ନ ଉତ୍ସବ ସବୁ ହୋଇ ଆସୁଛି। ହେଲେ ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଏକ ଭଲ ମୂହୁତରେ ଏବଂ ଶୁଭ ଦିନରେ ଦେବତ୍ତର ବିଭାଗ ଜନ-ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ଗ୍ରହଣରେ ମହାପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ସମ୍ପକରେ ଆଲୋଚନା ହେବା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ବିଷୟ। ମୁଖ୍ୟତଃ ଆଗାମୀ ଦିନରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କିଭଳି କେଉଁ ଢାଞ୍ଚା ଅବଲମ୍ବନ କରାଯିବ ଏବଂ କଣ ସବୁ କାର୍ଯ୍ୟ ପ୍ରନ୍ତା ରହିବ ପ୍ରଭୃତି ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ପୁଣି ବନ୍ଦ ହୋଇ ତାହା ଦୀର୍ଘ ମାସ ଧରି ଅତ୍ୟନ୍ତ ପରିତାଗ ଅବସ୍ଥାରେ ପଡିରହିଥିବା ବେଳେ ତାହା ଆଉଥରେ କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ଯିବ ସେ ସମ୍ପର୍କରେ ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତିଙ୍କ ସହ ଆଲୋଚନା କରି ଯାଇଥିବା ଜଣାଯାଇଛି।
ପାରଳାଖେମୁଣ୍ଡି ଏହି ଜଗନ୍ନାଥ ମନ୍ଦିର ବହୁ ପୂରାତନ ଓ ଶତାଧିକ ବର୍ଷର ଯାହାକି ଏହି ମନ୍ଦିର ଏ ଅଞ୍ଚଳର ମୁଖ୍ୟତଃ ଏକ କିମ୍ବଦନ୍ତୀ ହୋଇ ରହ ଆସୁଥିଲା ଏବଂ ଏହା ପୂରାତନ ଢାଞ୍ଚାରେ ନିର୍ମିଣ ମନ୍ଦିର ସେତେବେଳେ ଜିଲ୍ଲାବାସୀଙ୍କ ମଧ୍ଯରେ ଏକ ଆଧ୍ୟାତ୍ମିକ ଓ ଧର୍ମୀୟ ଭାବନା ଜାଗରଣ ସୃଷ୍ଟି କରୁଥିଲା। କିନ୍ତୁ ଏବେ ଆଉ ତାହା ନାହିଁ କିନ୍ତୁ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରାରମ୍ଭରେ ଅର୍ଧ ନିର୍ମାଣ କାର୍ଯ୍ୟ ବନ୍ଦ ରହି ଦୀର୍ଘମାସ ହେଲାଣି ଅତ୍ୟନ୍ତ ପରିତ୍ୟକ୍ତ ଓ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ଯୋଗୁଁ ଯେ କେହି ଏହାକୁ ବାହାରୁ ଆସି ଦେଖିଲେ ଏହା ମହାପ୍ରଭୁଙ୍କ ସ୍ନାନ ପୋଖରୀ
ନିର୍ମାଣ ହୋଇଛିକି ବୋଲି ମନରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି କରିବା ନିଶ୍ଚିତ। ଗତ ୪ ବର୍ଷରୁ ଅଧିକ ଦିନ ହେଲାଣି ମହାପ୍ରଭୁଙ୍କ ଅସ୍ଥାୟୀ ମନ୍ଦିରରେ ବୟସ୍କ ଶ୍ରଦ୍ଧାଳୁ ମାନେ ସଂନ୍ଦ୍ୟା ରେ ଆରତି ଭୋଜନ କିତନ ପ୍ରଭୃତି ନିରାପଦ ଭାବେ କରିପାରୁ ନାହାନ୍ତି। ଏମିତିକି ରଥଯାତ୍ରା ସମୟରେ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହୋଇଥାଏ। ଏଥି ପ୍ରତି ଦୃଷ୍ଟି ଦିଆ ଯାଉନି କି ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଜଗନ୍ନାଥ ମନ୍ଦିର ନିର୍ମାଣ କରି ନାମ ଅର୍ଜନ କରି ନେବାକୁ ବସି ଭାବୁଥିବା ଭ୍ରାନ୍ତ ଧାରଣାର ବ୍ୟକ୍ତି ବିଶେଷ ଏଥିରୁ ସଂପୂର୍ଣ୍ଣ ଭାବେ ନିବୃତ ରହି ମନ୍ଦିର ନିର୍ମାଣ କାର୍ଯ୍ୟ ଜିଲ୍ଲା ବାସୀଙ୍କ ପ୍ରତେକ୍ଷ ସହ ଯୋଗର ପୁନଃ ଆରମ୍ଭ କରି ଆଗେଇ ନେବାକୁ ସବୁ ମହଲରେ ନିବେଦନ କରାଯାଇଛି।
ରିପୋର୍ଟ:ପ୍ରଭାତ ପାତ୍ର

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!