ଜିଲ୍ଲା ସ୍ତରୀୟ ପରାମର୍ଶ ଏନ ଆର ଏଲ ଏମ ଓ ଋଣଜମା ଅନୁପାତ କମିଟି ବୈଠକ

0
179

ପାରଳାଖେମୁଣ୍ଡି — ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମା ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ବ୍ୟାଙ୍କ ସମୁହ ମାନଙ୍କ ଜିଲ୍ଲା ସ୍ତରୀୟ ପରାମର୍ଶ ଓ ଜାତୀୟ ଗ୍ରାମ୍ୟ ମିଶନ କମିଟି ସମେତ ଋଣଜମା ଅନୁପାତ ସମ୍ପକିତ ସ୍ୱତନ୍ତ୍ର ଉପ-କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଆନ୍ଦ୍ର ବ୍ୟାଙ୍କର ବ୍ରହ୍ମପୁର ସ୍ଥିତ ଜୋନାଲ କାର୍ଯ୍ୟାଳୟର ଉପ-ମହା ପ୍ରବଦ୍ଧକ ଭୁବେନଶ୍ବର ନାୟକଙ୍କ ଆବହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲିଡ୍ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅନୁପମ ଶାହା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଜିଲ୍ଲାର ବିକାଶ କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟ ପକ୍ଷରେ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଗୁଡ଼ିକର ଋଣ ଓ ଜମା ଅନୁପାତ ଅତି କମ ଥିବା କହି ଏହି ଅନୁପାତକୁ ଅନୁନ ୪୦ ପ୍ରତିଶତକୁ ବୃଦ୍ଧି କରିବା , ଋଣ ମଞ୍ଜୁର ଅଧିକ କରିବା, ବ୍ୟାଙ୍କ ନଥିବା ପଞ୍ଚାୟତ ଅଞ୍ଚଳରେ ଗ୍ରହକ ସେବା କେନ୍ଦ୍ର ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ସମସ୍ତ ବ୍ୟାଙ୍କ କତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି ସରକାରି ଯୋଜନା ଗୁଡିକର ସଫଳରୁପାୟନ କରିବା ପାଇଁ ଆହ୍ବାନ କରିଥିଲେ । ବୈଠକରେ ମୁଖ୍ୟତଃ ଜୀବିକା ମିଶନ ମାଧ୍ୟମରେ ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ମଞ୍ଜୁର ଅଧିକ ଦ୍ୱାରନିତ କରି ବ୍ୟାଙ୍କ ମାନେ ସେମାନଙ୍କର ଋଣ ଓ ଜମା ଅନୁପାକୁ ବୃଦ୍ଧି କରାଇବା ପାଇଁ କୁହାଯାଇଥିଲା। ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଭୁବନେଶ୍ବର ସ୍ଥିତ ଆରବିଆଇର ଆଗ୍ରଣି ଜିଲ୍ଲା ଅଧୀକାରୀ ତାରିଣୀ ପାଇକ , ଜିଲ୍ଲା ନାବାର୍ଡର ଏଡିଏମ ପ୍ରମୁଖ ମଞ୍ଚନିମାଣ ଥିଲେ। ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ମାନଙ୍କ ଜିଲ୍ଲା ସଂଯୋଜକ ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here