ବିଭିନ୍ନ ଦାବି ନେଇ ଭାରତୀୟ କ୍ଷେତ ମଜୁଦୁର ସଂଘର ବିକ୍ଷୋଭ

0
173

ପାରଳାଖେମୁଣ୍ଡି — ବିଭିନ୍ନ ଦାବି ନେଇ ଭାରତୀୟ କ୍ଷେତ ମଜୁଦୁର ସଂଘ(ବିକେଏମୟ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ଗାଈଗୋରୁ ଓ ବୁଲା କୁକୁର ରାସ୍ତାକୁ ନିଜର ଆଡ ସ୍ଥଳି ବଢାଇଛନ୍ତି। ଫଳରେ ଟ୍ରଫିକ ସମସ୍ୟା ସୃଷ୍ଟି ହେଉଛି। ଏପରିକି ରାସ୍ତାରେ ଯାଆଆସ ହେଉଥିବା ଲୋକେ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ହଟାଇ ଗାଈଗୋରୁ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଉ।
ସେଭଳି ଜିଲ୍ଲାରେ ଅନେକ ଜମି ଓ ଗୃହ ହୀନ ଲୋକେ ରହୁଥିବା ବେଳେ ସେମାନଙ୍କୁ ଜମି ଓ ଘର ଯୋଗାଇ ଦିଆଯାଉ, ତିତିଲିରେ ପ୍ରକୃତ କ୍ଷେତି ଗ୍ରସ୍ତଙ୍କୁ ସାହାୟତା ପ୍ରଦାନ କରିବା, ଗରିବ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟାଙ୍କ୍ ଋଣ ପ୍ରଦାନ କରିବା। ଆଦି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି। ଏହା ସହ ଜିଲ୍ଲାପାଳଙ୍କୁ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂଙ୍କୁ ପ୍ରଦାନ କରାଯାଇଥିଲା। ବିକେଏମୟ ଜିଲ୍ଲା ସମ୍ପାଦକ ଜେନା ସୁବାସ ରାଓଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିଲା।ଏହି ବିକ୍ଷୋଭରେ ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here