ସାମ୍ବାଦିକ ଙ୍କ ବାପାଙ୍କ ପରଲୋକ

0
175

ବ୍ରହ୍ମପୁର,୨୬/୯-ଧରିତ୍ରୀ ଖବରକାଗଜର ଗଞ୍ଜାମ ଜିଲା ପ୍ରତିନିଧି ତଥା ସାମ୍ବାଦିକ ଆଶୀର୍ବାଦ ରାଉତଙ୍କ ବାପା ସନ୍ତୋଷ କୁମାର ରାଉତଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ସକାଳ ପ୍ରାୟ ୧୦ ଟା ବେଳେ ବ୍ରହ୍ମପୁର ସହର ବ୍ରଜରାଜନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ହେଲା ସେ ମଧୁମେହ ଏବଂ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ବ୍ରହ୍ମପୁର ବଡ଼ ମେଡ଼ିକାଲରେ ତାଙ୍କର ନିୟମିତ ଡାଏଲିସିସ ଚାଲିଥିଲା। ଗୁରୁବାର ସକାଳେ ହଠାତ ଅସୁସ୍ଥ ହେବା ସହ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଲକ୍ଷ୍ମୀ, ପୁଅ ଆଶୀର୍ବାଦ, ପୁତ୍ରବଧୁ ସ୍ୱାଗତିକ, ଝିଅ ମୋନାଲିସ ଓ ମଧୁସ୍ମିତା, ଜ୍ୱାଇଁ କୃଷ୍ଣ ଚନ୍ଦ୍ର ଏବଂ ରାଜୀବଙ୍କ ସମେତ ବହୁ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତ ରାଉତ ଜଣେ ବ୍ୟବସାୟୀ ଭାବେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here