ଦମ୍ପତ୍ତିଙ୍କ ଠାରୁ ଟଙ୍କା ଲୁଟ ଉଦମ୍ୟ ବିଫଳ

0
167

 

ଦିଗପହଣ୍ଡି – :୩୦/୯( ନିପ୍ର) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ଦିନକୁ ଦିନ ଦୁର୍ବୃତ୍ତ ମାନଙ୍କ ଦୈରାତ୍ମ ବଢ଼ିବାରେ ଲାଗିଥିବା ଜଣାପଡିଛି । ଆଗକୁ ପବିତ୍ର ଦଶହରା ଆସୁଥିବା ବେଳେ ଜନଗହଳିପୂର୍ଣ୍ଣ ରାସ୍ତାରୁ ଏଭଳି କାର୍ଯ୍ୟ କରିବା ପାଇଁ ଦିଗପହଣ୍ଡି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଜଣାପଡିଛି । ଖବରପ୍ରକାରେ , ସୋମବାର ଦିନ ଦିଗପହଣ୍ଡି ନିକଟସ୍ଥ ଗୋକର୍ଣ୍ଣପୁର ଗ୍ରାମର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏସ. ଚିନ୍ତାମଣି ଦୋରା ଓ ତାଙ୍କ ସହଧର୍ମିଣୀ ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ୯୦ ହଜାର ଉଠାଇ ବାଇକରେ ଯିବା ସମୟରେ ନିକଟସ୍ଥ ପୋଷ୍ଟ ଅଫିସକୁ ଆସୁଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ପିଛା କରି ପୋଷ୍ଟ ଅଫିସ ସାମନାରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପିନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଦମ୍ପତିଙ୍କ ପାଟିତୁଣ୍ଡ ଶୁଣି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଦେଖି ବାଇକ ଯୋଗେ ବ୍ରହ୍ମପୁର ଆଡକୁ ଫେରାର ହୋଇଯାଇଥିଲେ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here