ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଉତ୍ସବ ପାଳନ ଓ ପ୍ଲାଷ୍ଟିକ ମୁକ୍ତ ସଚେତନତା ଓ ସମୂହ ସଫେଇ କାର୍ଯ୍ୟକ୍ରମ

0
182

ହିଞିଳିକାଟୁ ୨/୧୦ ହିଞିଳିକାଟୁ ପୋୖର ପରିଷଦ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ମହାଡମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ଦେଶର ଜନକ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଉତ୍ସବ ପାଳନ ଓ ପ୍ଲାଷ୍ଟିକ ମୁକ୍ତ ସହର ସ୍ୱଚ୍ଛତା ସଚେତନା ଓ ସମୂହ ସଫେଇ କାର୍ଯ୍ୟକ୍ରମ ବୁଧବାର ପୋୖର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ।ନଗର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ଏନଏସି ଉଚ୍ଚ ବିଦ୍ୟାଳୟ,ସରକାରୀ ବୃନ୍ଦାବନ ବିଦ୍ୟାପୀଠ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାୟ ୨ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସରକାରୀ ବୃନ୍ଦାବନ ବିଦ୍ୟାପୀଠ ପରିସରରେ ଏକତ୍ର ହୋଇ ସକାଳ ୭ଘଣ୍ଟା ସମୟରେ ଥାନସାହି, ରଂଗୁଣି ସାହି, ରାଜା ସାହି ଦେଇ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲେ ।ପ୍ଲାଷ୍ଟିକ ଏବଂ ପଲିଥିନ୍ ସାମଗ୍ରୀ ବ୍ୟବହାର ଅନିବାର୍ଜ୍ୟ ବୋଲି ସଚେତନତାର ବାର୍ତ୍ତା ଲୋକଙ୍କୁ ପହଞ୍ଚାଇ ଦିଆଯାଇଥିଲା । ପରିବବେଶ ସନ୍ତୁଳିତ ନେଇ ସରକାର ଜନସଚେତନତା ସୃଷ୍ଟି ନେଇ ଯେଉଁ ଆଭିମୂଖ୍ୟ ରଖିଛନ୍ତି ତାହାକୁ ଶତ ପ୍ରତିଶିତ ଫଳପ୍ରଦ କରିବାକୁ ହେଲେ ସାମୁହିକ ସହେଯାଗ ଏବଂ ସମନ୍ନୟ ରକ୍ଷା କରିବାର ଆବଶ୍ୟକ ବୋଲି କୁହାଯାଇଥିଲା ।
ବିଡିଓ ପ୍ରସନ୍ନ କୁମାର ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ,ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ସରୋଜ ମିଶ୍ର, ଅଗ୍ନିଶମ ବିଭାଗ ଅଧିକାରୀ ଲବ ନାୟକ, କେ.ଭି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପୃଷ୍ଟି ,ମୁକେସ ପାଠୀ, ନରହରି ପାତ୍ର,ଯାଦବ,ପୂର୍ବତନ କାଉନସିଲର ଯୁଧିଷ୍ଠିର ସ୍ୱାଇଁ ,ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଗୁରୁଜୀ ଗୁମରୁମା ,ଏନ ଏସି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ,ସମାଜସେବୀ ପ୍ରମୁଖ ମିଳିତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାହି ପରିକ୍ରମା ବେଳେ ମୁନିସିପାଲଟିପକ୍ଷରୁ ପ୍ରଦତ୍ତ ନୀଳ ଏବଂ ସବୁଜ ଡଷ୍ଟିବିନ୍ ରେ ପୃଥକ ପୃଥକ ଭାବେ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ଅଲଗା ରଖି ସେଗୁଡିକର ସଠିକ୍ ବ୍ୟବହାର କରିବା ନେଇ ଜନ ସଚେତନତା କରାଯାଇଥିଲା । ଏହି ଶୋଭାଯାତ୍ରାରେ ମୁନିସିପାଲଟି କର୍ତ୍ତୃପକ୍ଷ କର୍ମଚାରୀ, ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ସମୂହ ଭାବେ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗାନ୍ଧୀ ଜୟନ୍ତୀ ପରଠାରୁ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରିବା ଏବଂ ଘର କିମ୍ବା ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ଅଳିଆ ଅବର୍ଜନା ରହିଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଜରିମାନା ସମ୍ପର୍କରେ ଲୋକଙ୍କୁ ଜନସଚେତନତା ସୃଷ୍ଟି କରାଯାଇଥିଲା । ପରେ ସ୍ଥାନୀୟ ମୁନିସିପାଲଟି ସଭାକକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ବିଇଓ ବସନ୍ତ କୁମାର ପଣ୍ଡା ,ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଉପସ୍ଥିତ ଥଲେ ।ଅତିଥିବୃନ୍ଦ ୧୫୦ ତମ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ପରେ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ ୧୯ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୈଳାସ ସାବତ, ଲଲମୋହନ ସେଠୀ,ଗୀତାଞ୍ଜଳି ପାଣିଗ୍ରାହୀ, କିଷାନ ପାତ୍ର ,ଆଚାରୀ, ବିବେକାନନ୍ଦ ମହାପାତ୍ର, ଭାସ୍କର ବେହେରା ,ଅଭିରାମ ସାହୁ,ସମେତ ଏହି କାର୍ଯ୍ୟକ୍ରମକୁ ମୁନିସିପାଲଟିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here