ମଣ୍ଡପରେ ପୂଜା ପାଉଛନ୍ତି ମା’

0
345

ପାରଳାଖେମୁଣ୍ଡି, ୦୫/୧୦– ଗଜପତି ଜିଲ୍ଲା ସମସ୍ତ ବ୍ଲକରେ ମହା ଆଡ଼ମ୍ବର ସହ ପୂଜା ପୂଜା ପାଉଛନ୍ତି ମା’ । ସେହିପରି ପାରଳାଖେମୁଣ୍ଡି ସହରରେ ବର୍ତମାନ ପାର୍ବଣ ମହଲ। ସହରର ବିଭିନ୍ନ ସ୍ଥାନରେ ମାଁ ଦୁର୍ଗାଙ୍କ ମୃଣ୍ମୟା ପ୍ରତିମା ପୂଜା ପାଉଛନ୍ତି। ମାଁଙ୍କ ଦର୍ଶନ ପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଫଳରେ ସହରର ବର୍ତମାନ ଗହଳି ଲାଗି ରହିଛି। ସହରର ଖଞ୍ଜାସାହି, ବଡ ବ୍ରାହ୍ମଣ ସାହି ଛକରେ ନବରାତ୍ର ପୂଜା ହେଉଥିବାରୁ ଏହି ଦୁଇ ସ୍ଥାନରେ ମାଁ ପୂଜା ପାଉଛନ୍ତି। ଷଷ୍ଠୀ ଠାରୁ ଗାନ୍ଧୀ ଛକ, ରାଜଗୁରୁ ସାହି, କଟିକା ସାହି, କଲେଜ ଛକ, ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଦି ସ୍ଥାନରେ ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆଗାମୀ ଦିନରେ ସହରର ବିଭିନ୍ନ ପୂଜା ମଣ୍ଡପରେ ମାଁ ପୂଜା ପାଇବେ। ମାଷ୍ଟମୀ, ନବମୀ ଓ ଦଶହରାରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ବ୍ୟାପକ ପୁଲିସ୍ ଫୋସ ମୁତୟନ କରାଯିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here