କେନ୍ଦ୍ରୀୟ କର୍ମଚାରୀ ଙ୍କ ଦୀପାବଳୀ ଉପହାର। ଜୁଲାଇ ରୁ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା

0
344

ନୂଆଦିଲ୍ଲୀ,୦୯/୧୦ –କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦିପାବଳୀ ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ଏହା ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ କ୍ୟାବିନେଟ୍ ଏହି ୫ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଜୁଲାଇ ୨୦୧୯ ରୁ ମିଳିବ।

ମହଙ୍ଗା ଭତ୍ତାରେ ବୃଦ୍ଧି ସ୍ଥିର ଫର୍ମୁଲା ମୁତାବକ ହୋଇଛି ଏବଂ ଏହା ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ପରାମର୍ଶ ଉପରେ ଆଧାରିତ ଅଟେ। ଏହା ଫଳରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀମାନ ଙ୍କୁ ଏବଂ ୬୩ ଲକ୍ଷ ପେନସନ ଭୋଗୀଙ୍କୁ ଫାଇଦା ହେବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି କି ସରକାର ଦିପାବଳୀ ପୂର୍ବରୁ କର୍ମଚାରିମାନଙ୍କୁ ଏହି ଉପହାର ଦେଇଛନ୍ତି। ଏହା ଫଳରେ ପ୍ରାୟତଃ ୧.୧୦ କୋଟି କର୍ମଚାରୀ ଏବଂ ପୂର୍ବତନ କର୍ମଚାରୀମାନଙ୍କୁ ଫାଇଦା ହେବ। କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି, ଘୋଷଣା କଲେ ମନ୍ତ୍ରୀ ପ୍ରକାଶ ଜାଭଡେକର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜବଡେକର ଘୋଷଣା ରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଦୁରୀ ପ୍ରଦାନ କରିଛନ୍ତି । ଏହାଦ୍ବାରା ୫୦ ହଜାର କର୍ମଚାରୀ ଉପକୃତ ହେବେ । କର୍ମଚାରୀଙ୍କ ପାଇଁ ଏହା ସରକାରଙ୍କ ଦିୱାଲୀ ଉପହାର ବୋଲି କୁହାଯାଇପାରେ । ମହଙ୍ଗାଭତ୍ତା ବୃଦ୍ଧି ନେଇ ଦୀର୍ଘ ଦିନ ହେଲା କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ମହଙ୍ଗାଭତ୍ତା ୩ ପ୍ରତିଶତ ବଢିବ ନା ୫ ପ୍ରତିଶତ ବଢିବ ତାକୁ ନେଇ ହିସାବ କିତାବ ଚାଲିଥିଲା ।
ଏହିପରି ଭାବରେ ଏବେ ୫ ପ୍ରତିଶତ ବୃଦ୍ଧି ହୋଇ ମହଙ୍ଗା ଭତ୍ତା ୧୭ ପ୍ରତିଶତ ହୋଇଛି। ଏହା ଜୁଲାଇ ୨୦୧୯ ରୁ ଲାଗୁ ହେବ। ଏହା ଫଳରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ଭାର ସରକାରଙ୍କ ଉପରେ ପଡ଼ିବ।

LEAVE A REPLY

Please enter your comment!
Please enter your name here