ବିଧାୟକ ମାନଙ୍କ ପାଇଁ ହେବ ଅତ୍ଯାଧୁନିକ ଆପାର୍ଟମେଣ୍ଟ

0
223

ଭୂବନେଶ୍ୱର,୧୬/୧୦-ବିଧାୟକମାନଙ୍କ ପାଇଁ ଖୁବଶୀଘ୍ର ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ଆପାର୍ଟମେଣ୍ଟରେ ବିଧାୟକମାନଙ୍କ ସୁବିଧା ପାଇଁ କନଫରେନ୍ସ ହଲ୍ , ଜିମ୍ , ମର୍ଣ୍ଣିଂ ୱାର୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସହ କଲ୍ୟାଣ ମଣ୍ଡପ ବି ରହିବ। ଏଥିପାଇଁ ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସରୁ ଗୋଟିଏ ଭାଗକୁ ଭଙ୍ଗାଯାଇ ସେଠାରେ ୭ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ନିର୍ମାଣ କରାଯିବ। ଏହି ୭ମହଲା କୋଠାରେ ୧୪୦ ବିଧାୟକମାନଙ୍କ ରହିବା ପାଇଁ କ୍ୱାର୍ଟର୍ସର ବ୍ୟବସ୍ଥା ହେବ। ଏହି କ୍ୱାର୍ଟର୍ସଗୁଡ଼ିକ ଆଧୁନିକ ଶୈଳୀରେ ନିର୍ମାଣ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହାସହିତ ଓଡ଼ିଶା ବିଧାନସଭାର ଲବି ସମେତ ଗୃହ ଭିତରର ମଧ୍ୟ ଆଧୁନିକୀକରଣ କରାଯିବ। ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟ ଯନ୍ତ୍ରୀ (ବିଲିଡିଂ)ଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକମାନଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାର୍ଟର୍ସ ନିର୍ମାଣ ପାଇଁ ମୁଖ୍ୟ ଯନ୍ତ୍ରୀ ପ୍ରସ୍ତୁତ କରିଥିବା ଡିିପିଆରକୁ ବାଚସ୍ପତି ଶ୍ରୀ ପାତ୍ର ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here