ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ଗାନ୍ଧୀ ସଂକଳ୍ପ ପଦଯାତ୍ରା

0
181

ଭୂବନେଶ୍ୱର, ୧୬/୧୦-ବିଜେପି ର ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଓ ଆଳି ଅଞ୍ଚଳରେ ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେପି ନେତା ଶ୍ରୀ ପଣ୍ଡା ଗାଁକୁ ଗାଁ ବୁଲି ଲୋକଙ୍କୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ଭାରତ ଗଠନ ସମ୍ପର୍କରେ ବୁଝାଇଥିଲେ। ଏହା ସହିତ କେତେକ ସ୍ଥାନରେ ନିଜ ସମର୍ଥକଙ୍କ ସହ ମିଶି ମଧ୍ୟ ଅଳିଆ ଆବର୍ଜନା ସଫା କରିଦେଇଥିଲେ। ଏହାପରେ ଶ୍ରୀ ପଣ୍ଡା ଚରପଡ଼ାଠାରେ ନିଜର ଜଣେ ଗରିବ ସମର୍ଥକଙ୍କ ଚାଳ ଓ ମାଟି ଘରେ ଭୋଜନ କରିବା ସହ ରାତ୍ରିଯାପନ କରିଥିଲେ। ଗାଁ ଗହଳିରେ ବିକାଶର ଏହି ବିକଟାଳ ଚିତ୍ରକୁ ଦେଖି ଶ୍ରୀ ପଣ୍ଡା ଉଦବେଗ ପ୍ରକାଶ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର ପାଣ୍ଠି ଦେଉଥିଲେ ମଧ୍ୟ ରାଜ୍ୟରେ ଗରିବ ଲୋକଙ୍କୁ ପକ୍କାଘର ମିଳିପାରୁନି। ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଯୋଜନାରେ ଦୁର୍ନୀତି ଚାଲିଛି ।

LEAVE A REPLY

Please enter your comment!
Please enter your name here