ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

0
165

ପାରଳାଖେମୁଣ୍ଡି, ୨୦/୧୦– ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ “ନାଲସା” ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ଗରିବ ନିଷ୍ପେସିତ ଲୋକଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନତା କରାଇବା ସହ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସଚେତନ କରିବା ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଜିଲ୍ଲା କୋର୍ଟର ଜିଏମ ଏସସି ଅଙ୍କିତା ଗୁରୁ ଙ୍କ ଶିବିର ସଭା କାର୍ଯ୍ୟକ୍ରମ ସଂଯୋଜନାରେ ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ରାଜ୍ୟ ହାଇକୋର୍ଟର ନୀୟବତୀ କୁମାରୀ ସଞ୍ଜୁ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଯେଉଁ ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରି ହେଉଛି ତାହା ଲୋକଙ୍କ ପାଖରେ ପହଞ୍ଚାଇ ତାଙ୍କ ଭିତରେ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଇବା ଏବଂ ଗୋଟିଏ ଛାତ ତଳେ ସେମାନଙ୍କୁ ତାଙ୍କ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସମସ୍ତଙ୍କ ପାଇଁ ଆମେ କାମ କଲେ ଏହା ନିଶ୍ଚିତ ଭାବେ ଲୋକମାନଙ୍କର ମଙ୍ଗଳ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବ। ଅନ୍ୟ ପକ୍ଷରେ ରାଜ୍ୟ ସାରା , ଜିଲ୍ଲା ମାନଙ୍କରେ ଥିବା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକ ମାନଙ୍କୁ ବିଭିନ୍ନ ଆଇନ ଉପରେ ସଚେତନତା ସୃଷ୍ଟି କରାଯାଇଥିବା ସହ ସେମାନଙ୍କୁ ଆଇନଗତ ସଶକ୍ତିକରଣ ମଧ୍ୟ କରାଯାଇଛି। ଲୋକେ ମାନେ ମଧ୍ୟ ସେମାନଙ୍କ କ’ଣ କ’ଣ ସୁବିଧା ଅଛି ତାହା ସହଜରେ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେମାନେ ସେମାନଙ୍କ ଦାବି ଉପସ୍ଥାପନ କରିପାରିବେ ବୋଲି କହିଥିଲି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୱେବ ପୋର୍ଟାଲ ସୁବିଧା, ପ୍ରେ-ଲିଟିକେସନ କେନ୍ଦ୍ର, ଆଧାର କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ , ସ୍ଥାୟୀ ଲୋକ ଅଦାଲତ, ଆଇନ ସେବା କ୍ଲିନିକ ପ୍ରଭୃତି ଉପରେ କହି ଏ ଦିଗରେ ଗରିବ ମାନଙ୍କୁ ସୁବିଧା ସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଗଜପତି ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ରାଜ୍ୟ ଆଇନ ସେବା ପ୍ରାଧିକରଣର ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ ଅନ୍ୟ ତମ ଅତିଥି ଭାବେ ଯୋଗଦେଇ ଯେଉଁ ଗରିବ ଓ ନିଷ୍ପେସିତ ଲୋକମାନେ ସମ୍ବଳ ଅଭାବରୁ କୋର୍ଟ କଚେରୀ ଯିବାକୁ ସକ୍ଷମ ହୋଇପାରୁ ନାହାନ୍ତି ଏବଂ ତାଙ୍କ ହକ୍ ପାଇ ପାରୁନାହାନ୍ତି ସେମାନଙ୍କ ପାଇଁ ଆଇନ ସେବା ପ୍ରାଧିକରଣ କିଭଳି ସାହାୟତା କରୁଛି କହି ଧାର ୧୨ ରେ କେଉଁ ମାନଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେଇ ହେବ ଏ ସମ୍ପର୍କରେ କହିଥିଲେ।
ଅନ୍ୟ ଅତିଥି ମାନେଙ୍କ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଗଜପତି ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଯୋଗ ଦେଇ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗ ଏକାଠି ହେବା , ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ଏବଂ ବିଭିନ୍ନ ବିଭାଗର କ’ଣ କ’ଣ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି ଜାଣିବା ଓ ନିଜର ସନ୍ଧେୟ ଦୂର କରିବା ସହ ମାଗଣା ଆଇନ ସେବା କ’ଣ ଓ କାହାପାଇଁ ଏସବୁ ସମସ୍ତ ବିଷୟ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତେଣୁ ସମସ୍ତେ ଏହାର ସୁଯୋଗ ନେଇ ପାଇଁ କହିଥିଲେ।
ପରେ ମୁଖ୍ୟ ଅତିଥି ନ୍ୟାୟବତୀ କୁମାରୀ ସଞ୍ଜୁ ପଣ୍ଡା ବିଭିନ୍ନ ବିଭାଗ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ହିତ ଅଧିକାରୀ ମାନଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରାଯାଇଛିଲା । ଏହିଭଳି ଚେକ୍ ଓ ସାମଗ୍ରୀ ଖୋଲା ଯାଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନ ଷ୍ଟିଲ ଗୁଡିକରେ ମଧ୍ୟ ହିତ ଅଧିକାରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା। ପରେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟ ସମସ୍ତ ଅତିଥି ମାନେ ଶିବିର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ୩୦ ଗୋଟି ଉନ୍ନୟନ ପ୍ରଦର୍ଶନ ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି କୁମାରୀ ସଞ୍ଜୁ ପଣ୍ଡା ଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଶଙ୍ଖ ଦାନ, ବାର ପାଇକ ଆଖଡା ଖଣ୍ଡା ସାଧନା ଦଳ ଗ୍ରହଣରେ ସ୍ଥାନୀୟ ସର୍କିଟ ହାଉସ୍ ଠାରୁ ଗଜପତି ଷ୍ଟାଡିୟମ ସ୍ଥିତ ସଭା ସ୍ଥଳୀ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପରେ ମୁଖ୍ୟ ଅତିଥି ନ୍ୟାୟବତୀ କୁମାରୀ ସଞ୍ଜୁ ପଣ୍ଡା ସମେତ ଜିଲ୍ଲା ଦୌରାଜଜ୍ ,ଜିଲ୍ଲାପାଳ, ଏସପି ପ୍ରମୁଖ ଲେମ୍ବୁ, ଅଁଳା, ବେଲ ଓ ତୁଳସୀ ଗଛରେ ପକାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଭକ୍ତି ସଂଗୀତ ସଂସଦ କଳାକାର ମାନଙ୍କ ଦ୍ଵାରା “ବନ୍ଧେ ଉତ୍କଳ ଜନନୀ” ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହାରାଜା ବାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରୀ ମାନେଙ୍କ ଦ୍ଵାରା କନ୍ଯା ଭୃଣହତ୍ୟା ଓ ସ୍ବଛ ଭାରତ ଉପରେ ସଚେତନତା ମୂଳକ ଛୋଟିଆ ନାଟକ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଓକିଲ ସଂଘ ସଭାପତି ରାଜନାଥ ମିଶ୍ର ଓ ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ ପରିଚାଳନା କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here