ସାବାଡ଼ ଓକିଲ ସଂଘ ର ସଂକଳ୍ପ ସମାବେଶ ଅନୁଷ୍ଠିତ

0
310

ବ୍ରହ୍ମପୁର,୨୦/୧୦-ସାବାଡ଼ ଓକିଲ ସଂଘ ବ୍ରହ୍ମପୁରର ସଂକଳ୍ପ ସମାବେଶ ଆଜି ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂକଳ୍ପ ସମାବେଶରେ ବହୁ ଓକିଲ, ସମ୍ବାଦିକ ଓ ବୁଦ୍ଧିଜୀବି ଯୋଗଦାନ କରିଥିଲେ ।ଆଜିର ସମାବେଶରେ ସଂଘର ସଭାପତି ଶ୍ରୀ ଦିଲ୍ଲୀପ କୁମାର ପାତ୍ର, ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଉପଦେଷ୍ଠା , ଆଇନଜିବୀ ଶ୍ରୀ ମୂତ୍ଯୁଞ୍ଜୟ ମହାରଣା, ଶ୍ରୀ ସ୍ଵରାଜ୍ଯ ପାଣିଗ୍ରାହୀ, ସମ୍ବାଦିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଓ ମୁଖ୍ୟ ଅତିଥି ଶ୍ରୀ ନୃସିଂହ ଚରଣ ଦାଶ ତାଙ୍କ ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରି କିପରି ଗୋଟିଏ ସୁନ୍ଦର ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯାଈପାରିବ ଓ ସଂଘ କିପରି କିପରି ତାର ଦୁର୍ନୀତି ବିରୋଧରେ ତାର ଅଭିଯାନ ତୀବ୍ରତର କରିପାରିବ ଓ ଗୁରୁତ୍ଵ ଦିଅାଯାଇ ଲୋକଂକୁ ତାଙ୍କର ନ୍ୟାର୍ଯ୍ୟ ଦାବୀ ବିନା ଦୁର୍ନିତୀ ରେ କିପରି ସାଧାରଣ ଜନତା ପାଇବେ ସେଥି ପ୍ରତି ଲୋକ ଙ୍କୁ ସଚେତନ କରାଇବା ସହ ଆଇନତଃ କିପରି ଲୋକ ଙ୍କୁ ସଂଘ ତରଫରୁ ମାଗଣା ସହଯୋଗ କରାଯିବ ତାହା ଉପରେ ବିସ୍ତ୍ରୁତ ଆଲୋଚନା ହେଲା । ବିଶେଷତଃ ତାରାତାରିଣୀ ପୀଠ ଗଂଜାମ ଜିଲ୍ଲାର ଏକ ମୁଖ୍ୟ ପୀଠ ଓ ଲୋକ ଙ୍କ ଆସ୍ଥା କିନ୍ତୁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ତାହାର ସମ୍ପୁର୍ଣ କାର୍ଯ୍ୟ ନହେବା ଓ ପ୍ରଶାସନ ର ମନମୁଖୀ କାମ ବିନା ପତକା ରେ ମନ୍ଦିର ଭିତରେ ପୂଜା ଚାଲିବା , ଦର୍ଶନାର୍ଥୀ ଙ୍କ ପାଇଁ କୌଣସି ପ୍ରକାର ସୁବିଧା ନକରିବା ଇତ୍ୟାଦି ବିଭିନ୍ନ ସମସ୍ଯା ଉପରେ ସମ୍ବାଦିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ବକ୍ତବ୍ୟ ରଖି ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ୧୦ ଦଫା ଦାବି ମାନ୍ୟବର ଲୋକପାଳ ଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଅାଗଲା ।ଆଗାମୀ ଦିନରେ ସାରା ଓଡ଼ିଶାରେ ସାବାଡ଼ ଓକିଲ ସଂଘ କିପରି ତାର ଶାଖା ଖୋଲିବ ସେଥି ପାଇଁ ଚିନ୍ତା ପ୍ରକଟ କରାଗଲା ।

LEAVE A REPLY

Please enter your comment!
Please enter your name here