ପ୍ରାଥମିକ ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର

0
218

ହିଞ୍ଜିଳିକାଟୁ ୨୧/୧୦, ହିଞିଳିକାଟୁ ପୌର ପରିଷଦର ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ବ୍ଳକସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ଶିବିରରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତରେ ଶୁଭାରମ୍ଭ ହୋଇଥିଲା ।ସ୍ଥାନୀୟ ନଗର ସମେତ ବ୍ଳକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୧୫୦ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ବିପିଏମ ଶଶାଙ୍କ ଶେଖର ପଣ୍ଡା ଓ ସ୍ୱାସ୍ଥ୍ୟ ପରିଦର୍ଶକ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି ଆୟୋଜିତ ଶିବିରରେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ସୁଶାନ୍ତ କୁମାର ବେହେରା ଯୋଗଦେଇ ସମସ୍ତ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ବିଶ୍ୱନାଥ ମହାରଣା ଓ କେ.ନିମେଇ ଚରଣ ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ଲତା ପଟନାୟକ,ଆୟୁଷ ଚିକିତ୍ସାଧିକାରୀ ଡ଼ାକ୍ତର ଦିପ୍ତିରଞ୍ଜନ ମହାପାତ୍ର,ଗିରିଜା ଶଙ୍କର ରାଉତ, ରମେଶ ଚନ୍ଦ୍ର ଦଳାଇ, ନାରାୟଣ ନାହାକ, ହରିହର ଚୌଧୁରୀଙ୍କ ସମେତ ବହୁ ସ୍ବାସ୍ଥ୍ୟକର୍ମୀ ଏହି ଶିବିରର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here