ଦୂତୀୟ ସୋମବାର ଶୈବପୀଠରେ ଚଳଚଞ୍ଚଳ

0
193

ହିଞିଳିକାଟୁ ୨୧/୧୦ : ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର, ବେଲଗାଁ ବେଲେଶ୍ୱର ମନ୍ଦିର ଓ ସ୍ଥାନୀୟ ନଗର ମଧ୍ୟରେ ଥିବା ଶୈବ ମନ୍ଦିର ସପ୍ନେଶ୍ୱର, ଚନ୍ଦ୍ର କପିଳେଶ୍ୱର, ବାଲୁଙ୍କେଶ୍ୱର ,କପିଳେଶ୍ୱର ମଧ୍ୟରେ ଚଳିତ କାର୍ତ୍ତିକ ମାସର ଦୁତୀୟ ସୋମବାରରେ ଚଳଚଞ୍ଚଳ ଦେଖାଯାଉଛି । ଏହି ଅବସରରେ ଶିବବାବାଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଲରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ପୀଠରେ ସମାଗମ ହୋଇଥିଲା । ମନ୍ଦିରର ଦୈନନ୍ଦନ ନିତୀ ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳଆଳତୀ ସହ ଘର୍ଷଣଲାଗି, ଜଳାଭିଷେକ, ବାଲ୍ୟଭୋଗ ଆଦି ନୀତିକାନ୍ତି ୫ଟା ସୁଦ୍ଦା ସମ୍ପନ୍ନ କରାଯାଇ ଆଗନ୍ତୁକ ଭକ୍ତମାନଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା।ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ବାଳଭୋଗ ନଡ଼ିଆ କଦଳୀ ଫଳ ପାଚିଲା ସହ ବେଲ ପତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଦେବ ଦେବ ମହାଦେବଙ୍କ ଦର୍ଶନ ନିମନ୍ତେ ଅପେକ୍ଷା କରିଥିବା ଭକ୍ତମାନେ ସ୍ୱତନ୍ତ୍ର ଧାଡିରେ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଅନ୍ୟପଟେ ଏକମାସ ବ୍ୟାପି ବ୍ରତ ରଖିଥିବା ହଭିଷାଳୀ ଭକ୍ତମାନେ ମନ୍ଦିର ମଧ୍ୟରେ କାର୍ତ୍ତିକ ମହାତ୍ମ୍ୟା ପଠନ କରିବା ସହ ନାମଯଜ୍ଞ,ହୋମଜଜ୍ଞ କରିଥିଲେ।ବାଲୁଙ୍କେଶ୍ୱର ମନ୍ଦିର ପରିସରରେ କେତେ ଭକ୍ତ ରୋଷେଇ କରି ହଭିଷ ଅନ୍ନ ପ୍ରସାଦ ସେବନ କରିଥିଲେ ।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here