ଡିଏଭି ଛାତ୍ର ଙ୍କ ସଫଳତା

0
206

ବ୍ରହ୍ମପୁର,୨୫/୧୦ -ଚଳିତ ମାସ ୨୩ ତାରିଖ ଦିନ ଡିଏଭି ସ୍କୁଲ ଝାରସୁଗୁଡା ଠାରେ ଡିଏଭି ସ୍କୁଲ ଜୋନାଲ୍ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଡିଏଭି ସ୍କୁଲ ର ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆର୍ୟ୍ୟାନ ରାଉତ ଅଂଶଗ୍ରହଣ କରି ସ୍ୱର୍ଣ ପଦକ ହାସଲ କରିଛନ୍ତି । ସେ ହାଇଦ୍ରାବାଦ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ଡିଏଭି ଜାତୀୟ ସ୍କୁଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଉକ୍ତ ସଫଳତା ପାଇଁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ତଥା ଉତ୍କଳ କରାଟେ ସ୍କୁଲ ର କର୍ମକର୍ତ୍ତା ଯଥା ନାରାୟଣ ସାହୁ, ସୁଦିପ ସାହୁ, ଶଚ୍ଚିଦାନନ୍ଦ ଦାଶ, ରମେଶ ପାଢି, ଦେବବ୍ରତ ସମାଦ୍ଦାର ଏବଂ ସନ୍ତୋଷ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here