ଆଂଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ସଚେତନ ପଦଯାତ୍ରା

0
185

ବ୍ରହ୍ମପୁର,୨୬/୧୦/୧୯ — ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ସହରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା ।ପ୍ରତିବର୍ଷ ଦିପାବଳୀରେ ବିଭିନ୍ନ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ଦ୍ବାରା ପକ୍ଷୀ ଓ ପଶୁ ମାନଙ୍କ ଜୀବନ ଅକାଳରେ ଯାଉଛି ।
ସେମାନେ ନ କହି ପାରିଲେ ମଧ୍ୟ ସେମାନଙ୍କ ଜୀବନ ଅଛି , ମନୁଷ୍ୟର ପୃଥିବୀ ରେ ଯେତିକି ଅଧିକାର ଅଛି ସେମାନଙ୍କ ମଧ୍ୟ ତା ଠାରୁ ଅଧିକ ଅଧିକାର ଅଛି ,
ସେମାନଙ୍କ ସୁରକ୍ଷା ମନୁଷ୍ୟ ହାତରେ ।
ପ୍ରତିବର୍ଷ ଦିପାବଳୀ ପର ଦିନ ବାଣ ଆଘାତରେ ଲକ୍ଷ ଲକ୍ଷ ସଂଖ୍ୟାରେ ମୁକ ପଶୁ ପକ୍ଷୀ ମାନଙ୍କର ଜୀବନ ଅକାଳ ରେ ଯାଉଛି । ପରିବେଶ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ।ମନୁଷ୍ୟ ଉପରେ ମଧ୍ୟ ତାର କୁପ୍ରଭାବ ପଡୁଛି ।ମନୁଷ୍ୟ ମଧ୍ୟ ବିଭିନ୍ନ ଶ୍ବାସ ସମ୍ବନ୍ଧୀୟ ରୋଗରେ ପିଡୀତ ହେଉଛି । ରାଜଧାନୀ ଦିଲ୍ଲୀ ତଥା ବଡ ବଡ ସହରରେ ପ୍ରଦୂଷଣ ମାତ୍ରା ଏତେ ବଢୁଛି ଯେ ମନୁଷ୍ୟ ଶ୍ବାସକ୍ରିୟା ଜନିତ ଅସୁବିଧା ଭୋଗ କରୁଛନ୍ତି ।ପରିଷଦର ସଦସ୍ୟ ମାନେ
ଲୋକମାନଙ୍କୁ ସଚେତନ କରିବା ସହ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ନ ଫୁଟାଇ ,ଘର ଦୁଆରେ ମାଟି ଘୃତ ଦୀପ ଜାଳି ଦିପାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉକି ପରିଷଦ ତରଫରୁ ସାରା ଗଞ୍ଜାମ ଜିଲ୍ଲାର ବାଇଶି ଗୋଟି ବ୍ଲକ ରେ ଘର ଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଚାଲିଛି ତତ୍ ସହିତ ବିଭିନ୍ନ ବନ୍ୟ ପଶୁପକ୍ଷୀ ମାନଙ୍କ ସୁରକ୍ଷା ଉପରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର,ସମ୍ପାଦକ ବିଜେନ୍ଦ୍ର ମାଝୀ,ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ମୁଖ୍ୟ ସୁଧିର ରାଉତ,ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର,ମହାତ୍ମା ହ୍ୟାଲ୍ପିଙ୍ଗ କ୍ଲବର ଏମ.ଭେଙ୍କଟ ରାମାଣା, ସମାଜସେବୀ ସବିତା ସାହୁକାର,ସଂଜୟ ପାତ୍ର,ଧର୍ମରାଜ ପାତ୍ର,ବନମାଳୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here