ପୋଲସରାରେ ବୋମା ମାଡ଼ , ୨ ଗୁରୁତର

0
162

ପୋଲସରା,୨୬/୧୦- ଦିପାବଳୀ ର ପର୍ବ କୁ ପୋଲସରା ସହର କିଛିଟା ଉତ୍ସବ ମୁଖର ହୋଇଥିବା ବେଳେ ହଠାତ୍ ପୋଲସରା ଅଞ୍ଚଳରେ ଲଗାତାର ୫ ଟି ସ୍ଥାନରେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ବୋମା ମାଡ଼ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିବା ସୂଚନା ପ୍ରକାଶ ପାଇଛି । ଉକ୍ତ ବୋମାମାଡରେ ଗୁରୁତର ଭାବେ ପୋଲସରା ଅଞ୍ଚଳର ଅନିଲ କୁମାର ମଲ୍ଲିକ ଓ ରାଣିପଡ଼ ଗାଁର ଶଙ୍କର ବେହେରା ଗୁରୁତର ଆହତ ହୋଇ ପ୍ରଥମେ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଅତି ଗୁରୁତର ହୋଇଥିବାରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନନ୍ତରିତ କରାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରାଣୀପଡା ବଜାର ସାହି ଛକ ସମେତ ୫ ଟି ସ୍ଥାନରେ ବୋମାମାଡ ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶି କହୁଛନ୍ତି । ଉକ୍ତ ଘଟଣାକୁ ନେଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରୁଥିବା ବେଳେ ଗଂଜାମ ଏସ୍. ପି ବ୍ରିଜେଶ ରାୟ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋମା ବିସ୍ଫୋରଣ ସ୍ଥାନ ଗୁଡିକୁ ପରିଦର୍ଶନ କରିଥିଲେ । ପୋଲସରା ଅଞ୍ଚଳରେ ହଠାତ୍ ବୋମା ମାଡ଼ର ବର୍ଷା କୁ ନେଇ ପୋଲସରା ସହର ବାସୀ ଭୟଭୀତ ଥିବା ବେଳେ ପୋଲସରା ପୋଲିସ ପକ୍ଷରୁ ମୁଖ୍ୟ ସଡ଼କ ଉପରେ କଡ଼ାକଡ଼ି ପେଟ୍ରୋଲିଂ କରାଯାଇ ବୋମାମାଡ ର ପ୍ରକୃତ ରହସ୍ୟ ପାଇଁ ତଦନ୍ତ ପ୍ରକ୍ରିୟା ଚାଲୁଥିବା ଜଣାପଡିଛି। ।

LEAVE A REPLY

Please enter your comment!
Please enter your name here