ଛାତ୍ରଛାତ୍ରୀଙ୍କୁ ନେଇ ସଚେତନ କରିବେ ପାରଳା ସ୍ବାଭିମାନ ମଞ୍ଚର ସଭାପତି

0
173

ପାରଳାଖେମୁଣ୍ଡି , ୨୯/୧୦– ଆଜି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ। କିନ୍ତୁ ସଚେତନତା ଅଭାବରୁ ଗଜପତି ଜିଲ୍ଲାରେ କିଛି ବର୍ଷ ହେଲା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଏହା ସହ ସାରା ଜିଲ୍ଲା ବାସୀ ପ୍ରଭାବିତ ହେଉଛନ୍ତି। ତେଣୁ ଏ ନେଇ ଲୋକଙ୍କୁ ସଚେତନ କରିବା ସହ ଏହାର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରିବାକୁ ଅଣ୍ଡା ଭିଡିଛନ୍ତି ପାରଳା ସ୍ବାଭିମାନ ମଞ୍ଚର ସଭାପତି ଡଃ : ତିରୁପତି ପାଣିଗ୍ରାହୀ। ଆଜି ଏଥିପାଇଁ ଏକ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରି ସାରା ବିଶ୍ୱର କେନ୍ଦ୍ରବିନ୍ଦୁ ପାଲଟିଥିବା ଲିସି ପ୍ରୀୟା କଙ୍ଗୋଜମ ଏଥିରେ ଯୋଗଦେଇ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନର। କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ବୁଝାଇବା ବୋଲି ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାରଳା ସ୍ବାଭିମାନ ମଞ୍ଚର ସଭାପତି ଡଃ : ତିରୁପତି ପାଣିଗ୍ରାହୀ।
ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here