ବାଲିଯାତ୍ରା କୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଲୋକସେବା ଭବନରେ ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା: ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଦାବିଗୁଡିକୁ ମାନିଲେ ସରକାର ।

0
170

କଟକ, ୦୧/୧୧-କଟକ ବାଲିଯାତ୍ରା କୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା। ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରିବେ ସରକାର। ଏହାସହ ବାଲିଯାତ୍ରା ଆୟୋଜନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ, ସଂସ୍କୃତି ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲିଯାତ୍ରା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରାଯିବ। ପୂର୍ବରୁ କଟକ ବାଲିଯାତ୍ରା ଏକ ଜିଲ୍ଲା ସ୍ତରୀୟ ମହୋତ୍ସବ ଭାବେ ଆୟୋଜିତ ହେଉଥିଲା। ଚଳିତବର୍ଷଠାରୁ ଏହା ରାଜସ୍ତରୀୟ ମହୋତ୍ସବ ଭାବେ ଆୟୋଜିତ ହେବ।

LEAVE A REPLY

Please enter your comment!
Please enter your name here