ଭଣଜା-ମାଇଁ ସୁନାଚୋରି କରି ବନ୍ଧା ହେଲେ

0
203

ପାରଳାଖେମୁଣ୍ଡି, ୦୨/୧୧– ସୁନାଚୋରି ମାମଲାରେ ଦୁଇ ଜଣଙ୍କ ଗିରଫ କଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ । ସହରର ଅଙ୍କସାହିରେ ରହୁଥିବା ଜଣେ ବୃଦ୍ଧାଙ୍କ ଘରୁ ସୁନାଚୋରି ମାମଲାରେ ମାଇଁ ସମେତ ନାବାଳକ ଭଣଜାକୁ ଶନିବାର ଦିନ ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣେ ପାରଳାଖେମୁଣ୍ଡି କୁଣ୍ଡି ସାହିର ଆବଲତା ସତ୍ୟା ବୋଲି ଜଣାପଡ଼ିଛି। ଏନେଇ ଗଜପତି ଏସପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତ ଅକ୍ଟୋବର ୧୫ ତାରିଖ ଦିନ ଅଙ୍କସାହିରେ ରହୁଥିବା ବୃଦ୍ଧା ବିନୋଦିନୀ ଗନ୍ତାୟତ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ବିଶାଖାପଟନମ ଯାଇଥିବା ବେଳେ ତାଙ୍କ ଘରୁ ସୁନାଚୋରି ହୋଇଥିଲା। ତେବେ ସେ ବିଶାଖାପଟ୍ଟନାମ ଫେରି ଏହା ଦେଖିବା ପରେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ ବୃଦ୍ଧାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳକ ଜଣକ ସଂପୃକ୍ତ ଘରର ପଛପଟ ବାଟଦେଇ ଘରେ ପଶିବା ସହ ଆଲମରା ଭାଙ୍ଗି ସେଥିରେ ଥିବା ଗୋଟିଏ ସୁନାଚେନ, ଦୁଇଟି ସୁନା ମୁଦି ଏବଂ ଅଧ ତୋଳା ସୁନା ବିସ୍କୁଟ ସହ ଗୋଟିଏ ମୋବାଇଲ ଚୋରି କରି ନେଇଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣା ପଡ଼ିଛି।
ସଂପୃକ୍ତ ନାବାଳକକୁ ପୋଲିସ ଧରିବା ସହ ପଚାରା ଉଚରା କରିବା ପରେ ତାର ମାଇଁ ପାଖରେ ଏସବୁ ଚୋରା ସାମଗ୍ରୀ ରଖିଥିବା ସେ ପୋଲିସକୁ କହିଥିଲା। ଫଳରେ ପୋଲିସ ନାବାଳକର ମାଇଁ ସତ୍ୟାର ଘରେ ପହଞ୍ଚି ଖୋଜା ଖୋଜି କରିବା ସମୟରେ ଏହି ସବୁ ସାମଗ୍ରୀ ଜବତ କରିଥିଲା। ଏହା ପରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here