ରାଜ୍ୟ ସରକାରଙ୍କ ଯୋଜନାର ସ୍ଥାୟୀ ଗୃହ ପଟ୍ଟା ପାଇବା ନିମନ୍ତେ ଦାବିପତ୍ର ।

0
233

ହିଞିଳିକାଟୁ ୦୨/୧୧-ହିଞିଳିକାଟୁ ପୋୖର ପରିଷଦର ୱାର୍ଡ ନଂ ୧୭ ଏବଂ ଆଖପାଖ ଅଞ୍ଚଳର ବାସିନ୍ଦା ଶନିବାର ସକାଳ ୯ ଘଣ୍ଟ ସମୟରେ ସ୍ଥାନୀୟ ବାଇଞ୍ଚବଣିଆ ନିକଟସ୍ଥ ଡାକ ବଙ୍ଗଳା ଠାରେ ଏକତ୍ରିତ ହୋଇଥିଲେ ।ଗୃହ ପଟ୍ଟା ପ୍ରଦାନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ କିରଣ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରାରେ ଶତାଧିକ ହିତାଧିକାରୀ ସେଠାରୁ ବାହାରି ହିଞିଳିକାଟୁ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ତହସିଲଦାରଙ୍କୁ ରାଜ୍ୟ ସରକାରଙ୍କ ନୂତନ ବସ୍ତି ବାସିନ୍ଦାଙ୍କୁ ଗୃହ ପଟ୍ଟା ଯୋଗାଇ ଦେବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ସୂଚନାଯୋଗ୍ୟ ହିଞିଳିକାଟୁ ପୋୖର ପରିଷଦର ୱାର୍ଡ ନଂ ୧୭ ଏବଂ ଆଖାପାଖ ଅଞ୍ଚଳର ବାସିନ୍ଦା ଆଜି କୁ ପ୍ରାୟ ୫୦ ବର୍ଷ ହେଲା ଏହି ଅଞ୍ଚଳରେ ଉକ୍ତ ଜାଗାରେ ଘର କରି ରହି ଆସୁଛନ୍ତି ।ଦୁଃଖର ବିଷୟ ହେଲା ସେମାନଙ୍କ ଆଜି ସୁଦ୍ଧା ଘର ପଟ୍ଟା ପାଇ ନାହାନ୍ତି ।ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହରାଞ୍ଚଳର ବାସିନ୍ଦାଙ୍କୁ ପଟ୍ଟା ଯୋଗାଇ ଦେବା ପାଇଁ ନୂତନ ଯୋଜନା ଆରମ୍ଭ ହୋଇଛି ।ଏହି ଖୁସିରେ ଅଞ୍ଚଳ ବାସୀ ନିଜ ନିଜ ଘରର ଟ୍ରେସ ମେପ ପ୍ରସ୍ତୁତ କରି ଥିଲେ । ପରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିଶୃତି ରେ ସେହି ୱାର୍ଡ ର ସମସ୍ତ ଘରର ଫୋଟ ଉଠାଇ ସେମାନଙ୍କର ଘର ଆଗରେ ଟୋକେନ୍ ଲଗାଇ ଦେଇଥିଲେ ।ଏବଂ ଦୁଇ ୩ଥର ଏନେଇ ସଭା କରାଯାଇଥିଲା ସେଠାରେ ପଟ୍ଟା ପ୍ରଦାନ କରାଯିବ ମଧ୍ୟ କୁହାଯାଇଥିଲା ।ପରେ ତହସିଲଦାର ୱାର୍ଡ ନଂ ୧୭କୁ ଆସି ପରିଦର୍ଶନ କରିଥିଲେ ।ହେଲେ ମଧ୍ୟ ସେମାନେ ପଟ୍ଟା ପାଇ ନଥିବା ପ୍ରକାଶ କରିଛନ୍ତି ।ଏହି ରାଲିରେ ତାରା ପଟ୍ଟନାୟକ, କୈଳାସ ସାହୁ, ପ୍ରତାପ ପଟ୍ଟନାୟକ,ବିପ୍ର ଗୌଡ଼, କୃତିବାସ ଖାଡଙ୍ଗା, କସ୍ତୁରୀ ବାଡତ୍ୟାଙ୍କ ସମେତ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here