ଗ୍ୟାସ ହାଣ୍ଡି ଲିକେଜରୁ ୫ ଆହତ ୧ଗୁରୁତର

0
226

ହିଞିଳିକାଟୁ :- ୦୩/୧୧ :- ହିଞିଳିକାଟୁ ପୋୖର ପରିଷଦ ସ୍ଥିତ କେଉଟ ସାହି ଯୁଧିଷ୍ଠିର ବେହେରାଙ୍କ ନୂତନ ବାସଭବନରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସଂପୃକ୍ତ ୫ଜଣ ଆହତମାନେ ହେଲେ ସୀମାଞ୍ଚଳ ପାଠୀ ,ରାଜେନ୍ଦ୍ର ପାଠୀ, ଆଶୁତୋଷ ପାଠୀ, ସନ୍ତୋଷ କୁମାର ପାଠୀ କିଶୋର ପାଠୀ ପ୍ରଥମେ ହିଞିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା ।ପରେ ସୀମାଞ୍ଚଳ ପାଠୀ ଓ ଆଶୁତୋଷ ପାଠୀଙ୍କୁ ଅତ୍ୟଧିକ ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି । ପ୍ରକାଶ ଥାଉ କି ସ୍ଥାନୀୟ କେଉଟ ସାହିର ଯୁଧିଷ୍ଠିର ବେହେରାଙ୍କ ରବିବାର ନୂତନ ଘର ପ୍ରତିଷ୍ଠା ନିମନ୍ତେ ହୁମକର୍ମ ଆଦି କରିବା ପାଇଁ ପୁରହିତ ସୀମାଞ୍ଚଳ ପାଠୀ ସମେତ ବ୍ରାହ୍ମଣ ମାନଙ୍କୁ ଡାକି ପୂଜାର୍ଚ୍ଚନା ଦୀପ ଜାଳି ଆରମ୍ଭ କରିଥିଲେ । ଏବଂ ସେମାନଙ୍କ ପାଇଁ ଭୋଜନ ନିମନ୍ତେ ଘରେ ରୋଷେଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାବେଳେ ହିଁ ସିଲିଣ୍ଡର ରୁ ଗ୍ୟାସ ଲିକଜ ହୋଇଥିଲା । ପୂଜା କର୍ମରେ ଦୀପ ଯାଇ ଗ୍ୟାସ ଲାଗି ଅଗ୍ନି କାଣ୍ଡ ଭୟଙ୍କର ହୋଇଥିଲା ଯାହାଫଳରେ ପୁରହିତ ସୀମାଞ୍ଚଳ ପାଠୀ, ରାଜେନ୍ଦ୍ର ପାଠୀ,ଆଶୁତୋଷ ପାଠୀ,ସନ୍ତୋଷ କୁମାର ପାଠୀ, କିଶୋର ପାଠୀ ଆହତ ହୋଇଥିବା ବେଳେ ହରିହର ବେହେରା ସାମାନ୍ୟ ଆହତ ହୋଇଛନ୍ତି ।ସୀମାଞ୍ଚଳ ପାଠୀଙ୍କ ନିଆଁରେ ୬୦ ଭାଗ ଆଘାତ ହୋଇଛି । ହିଞିଳି ଅଗ୍ନିଶମ ବାହୀନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ଆହତ ମାନଙ୍କୁ ଉଦ୍ଧାର କରି ହିଞିଳିଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ ।ଗ୍ୟାସ ଏଜେନ୍ସି ଏହାର ସଠିକ ଭାବେ ତଦାରଖ କରୁନଥିବା ହେତୁ ଏପରି ଅଗ୍ନିକାଣ୍ଡ ସହରରେ ଘଟୁଥିବା ଘଟଣା ସାଧାରଣରେ ଅଭିଯୋଗ ଜୋର ଧରିଛି ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here