କେନ୍ଦ୍ରପଡା ସମବାୟ ସମିତି ର ସଭାପତି ପ୍ରମୋଦ ସାହୁ ଙ୍କ ସହ କୌଣସି ସଂପର୍କ ନାହିଁ କହିଲା ବିଜେଡି, ଅନ୍ୟ ପଟରେ ଜାମିନ ଖାରଜ ଯୋଗୁଁ ଜେଲ ଗଲେ ପ୍ରମୋଦ।

0
205

ଭୂବନେଶ୍ୱର,୦୪/୧୧–କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତି ପ୍ରମୋଦ ସାହୁ ଗିରଫ ଘଟଣା ରେ ପ୍ରମୋଦଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି। ପ୍ରମୋଦଙ୍କ ସହ ଦଳର କୌଣସି ସଂପର୍କ ନାହିଁ ବୋଲି ଆଜି ଏକ ପ୍ରେସ୍ ରିଲିଜ ରେ ସୁଚନା ଦେଇଛନ୍ତି ଦଳ ର ପ୍ରବକ୍ତା ଲେନିନ୍ ମହାନ୍ତି। ସେ ବହୁ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ନେଇ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ,କେନ୍ଦ୍ରାପଡ଼ା ସମବାୟ ସମିତି ର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା ଆଜି ପ୍ରମୋଦ ସାହୁ ଙ୍କୁ ପୋଲିସ୍ ଗିରଫ କରିଛି। ଅନ୍ୟ ପଟରେ କେନ୍ଦ୍ରାପଡ଼ା ଏସ୍‌ଡିଜେମ୍‌ କୋର୍ଟରେ ପ୍ରମୋଦ ସାହୁଙ୍କ ଜାମିନ ଖାରଜ ହେବା ଯୋଗୁଁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇଦେଲେ।

LEAVE A REPLY

Please enter your comment!
Please enter your name here