ଗଜପତିରେ କଂଗ୍ରେସ ଜିଲ୍ଲା କମିଟିର ପୁନଗଠନ କରାଯାଇ ସଙ୍ଗଠନକୁ ସୁଦୃଢ଼ କରାଯିବ: ରମେଶ ଜେନା

0
215

ପାରଳାଖେମୁଣ୍ଡି , ୦୪/୧୧– ଗଜପତି ଜିଲ୍ଲା କଂଗ୍ରେସର ସ୍ଥିତି ମଜବୁତ ରହିଛି। କେବଳ ନେତୃତ୍ୱର ଅଭାବ ରହିଛି। ଭଲନେତା ଜଣେ ଦାୟିତ୍ବ ନେଲେ ଏହା ଆଗକୁ ବଢିପାରିବେ ବୋଲି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଜିଲ୍ଲା ଦାୟିତ୍ବ ନେବାପରେ ଏଠାରେ ଦଳ କିଭଳି ସୁଦୃଢ଼ ହେବ ସେ ଦିଗରେ ସେ ନିଶ୍ଚିତ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।
ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବର୍ତମାନ ଗଜପତି ଜିଲ୍ଲା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ଵ ନେଇଥିବା ବେଳେ ରବିବାର ଜିଲ୍ଲା ଗ୍ରସ୍ତରେ ଆସିଥିଲେ। ଜିଲ୍ଲାର ମୋହନା ବ୍ଲକ୍ ର ଲୁହାଗଡି ନିକଟରେ ବିଧାୟକ ଦାଶରଥି ଗମାଙ୍ଗଙ୍କ ସମେତ ବହୁ କଂଗ୍ରେସ ନେତା ମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ରା. ଉଦୟଗିରି, ଖଜୁରିପଦା, ରାୟଗଡ, ନାରାୟଣପୁର ଦେଇ ପାରଳାଖେମୁଣ୍ଡି ଠାରେ ପହଞ୍ଚି ଥିଲେ। ଏହି ସମୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତା ମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ପରିସରରେ ଏକ ସାଧାରଣ ସଭାର ଯୋଗଦେଇ ଜିଲ୍ଲାର ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀରେ ଦଳର ଭୋଟର ରହିଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀରେ ସଠିକ୍ ଲୋକ ନେତୃତ୍ୱ ନେଇଥିବାରୁ ଦଳର ବିଜୟ ବାନା ଉଡିଥିବା ବେଳେ। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉପଯୁକ୍ତ ନେତୃତ୍ୱ ନଥିବାରୁ ଦଳ ବିଫଳ ହୋଇଛି। ଏହା ସେ ଉପଲବ୍ଧ କରିଥିବା କହିବା ସହ ବର୍ତ୍ତମାନ ସେ ଦଳର ଦାୟିତ୍ବ ନେଇଥିବାରୁ ଦଳର ସ୍ଥିତି କିଭଳି ସୁଦୃଢ଼ ହେବ ସେ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି। ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ଗରୁଡ଼ ଚୈାଧୁରୀ, ସଞ୍ଜୟ ଅଧିକାରୀ, ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ , ମନୋଜ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ।
ପାରଳାଖେମୁଣ୍ଡିରେ ସାଧାରଣ ସଭା ଶେଷ କରି ଗୁମ୍ମା ବ୍ଲକ୍ ଅନ୍ତର୍ଗତ ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମ ରେ ହୋଇଥିବା ଭୂସ୍କଳନ ହୋଇଥିବା ସ୍ଥାନ ଗୁଡିକ ପରିଦର୍ଶନ କରି ଲୋକଙ୍କୁ ଆଶ୍ଵସନା ଦେବା ସହ ଘର ଘର ବୁଲି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here