ମୋ ଡ଼ାକ୍ତରଖାନା, ମୋ ଗର୍ବ”

0
186

ହିଞିଳିକାଟୁ ୪/୧୧:- ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ତରଫରୁ ସୋମବାର ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାମୁହିକ ସଫେଇ ଓ ଚାରାରୋପଣ କାର୍ଯ୍ୟାକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସେହି ପରି ଦ୍ଵିତୀୟ ପର୍ଯ୍ୟୟ ରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାକକ୍ଷ ପରିସରରେ “ମୋ ଡ଼ାକ୍ତରଖାନା, ମୋ ଗର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ସଂଯୋଜନାରେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପାପ୍ତ ଅଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବେ ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ, ତହସିଲଦାର ଗୋପିନାଥ କୁଅଁର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷା ଗିତାଞ୍ଜଳି ପଣ୍ଡା, ସୁରେନ୍ଦ୍ରନାଥ ପ୍ରଧାନ, ବେଲଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁୂମାର ରଥ, ପ୍ରମୁଖ ମଂଚାସିନ ଥିଲେ ।ହସ୍ପିଟାଲକୁ ଆସିଥିବା ରୋଗୀ ମାନଙ୍କୁ ପ୍ରତି ଯତ୍ନବାନ ହେବା ସହ ସେହି ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟର ଉନ୍ନତି ସକାଶେ ସମସ୍ତେ ଙ୍କ ସହ ଯୋଗ ଏକାନ୍ତ ଆବଶ୍ୟକ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ମତ ଦେଇଥିଲେ।ସୂଚନା ଅନୁସାରେ ମୋ ଡ଼ାକ୍ତରଖାନା, ମୋ ଗର୍ବ ଯୋଜନା ମାଧ୍ୟମରେ ହିଞ୍ଜିଳିକାଟୁ ବ୍ଳକ ଅଧିନସ୍ଥ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାକେନ୍ଦ୍ରରେ ଆବଶ୍ୟକ ଥିବା ଜେନେରେଟର, ଚେୟାର, ଟେବୁଲ, ଏଲିଡି ଟିଭି, ପାଇଖାନା, ରୁମ ସ୍ପ୍ରେ ଇତ୍ୟାଦି କୌଣସି ବଦାନ୍ୟ ବ୍ୟକ୍ତି ଦାନ ସୁତ୍ରରେ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ମାଧବ କୁମାର ସାହୁ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବିପିଏମ ଶଶାଙ୍କ ଶେଖର ପଣ୍ଡା,ଜିପିଓ ବିଜୟ ପ୍ରଧାନ,ଯୋଗାଣ ନିରୀକ୍ଷକ ପୁରଞ୍ଜନ ସାହୁ,ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ,ଅମର ପ୍ରସାଦ ସାହୁ, ପ୍ରାଣୀ ଚିକିତ୍ସାଧିକାରୀ ଲମ୍ବଧର ମହାପାତ୍ର, ପୂର୍ବତନ ପୋୖର ଉପାଧ୍ୟକ୍ଷ ସୁବାଷ ପୋଲାଇ ଓ ଅଞ୍ଚଳର ବହୁ ବରିଷ୍ଟ ନାଗରିକ, ସରପଞ୍ଚ,ସମିତିସଭ୍ୟ/ସଭ୍ୟା ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here