ଗଜପତି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି

0
245

ପାରଳାଖେମୁଣ୍ଡି, ୦୪/୧୧– ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନୁପମ ସାହା ମୋଟ ୩୮୮ଟି ଅଭିଯୋଗ ଶୁଣାଣି କରିଥିଲେ। ସେଥିମଧ୍ୟରୁ ୩୭୦ଟି ବ୍ୟକ୍ତିଗତ ଓ ୧୮ଟି ସାମୁହିକ ସମସ୍ଯା ଥିଲା। ସେଥିମଧ୍ୟରୁ ୭୯ଟି ମାମଲା ତୁରନ୍ତ ସମାଧାନ କରାଯାଇଥିଲା। ଜିଲ୍ଲାପାଳ ଅନୁପମ ସାହା ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ୧୭ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଅନୀଲ କୁମାର ପ୍ରଧାନ,ଡେପୁଟି କଲେକ୍ଟର ଜୂବୁଲି ଚରଣ ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟ ସଂପୂର୍ଣ୍ଣା ରାଉତ, ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା, ପାରଳାଖେମୁଣ୍ଡି ପୈାରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here