ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର କ୍ଷେତ୍ର…ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବାର ସମ୍ଭାବନା।

0
154

ଭୁବନେଶ୍ୱର, ୦୫/୧୧: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଏବେ ଏହା ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି ।ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ଏବଂ ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହା ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍‌ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡକୁ ମୁହାଁଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ। ସମୁଦ୍ର ଅଶାନ୍ତ ବି ରହିବ। ତେବେ ଡିପ୍ରେସନ୍, ବାତ୍ୟାରେ ପରିଣତ ହେଲେ ତା’ର ପ୍ରଭାବ କେତେ ରହିବ, କେଉଁ ଆଡକୁ ମୁହାଁଇବ ସେ ନେଇ ପାଣିପାଗ ବିଭାଗ କୌଣସି ସୂଚନା ଦେଇନାହିଁ। ଆସନ୍ତା ଦୁଇଦିନ ମଧ୍ୟରେ ଏହା ବାତ୍ୟା ହେବ କି ନାହିଁ ନେଇ ସ୍ପଷ୍ଟ ହୋଇଯିବ। ଯଦି ବାତ୍ୟା ହୁଏ ତେବେ ଏହାର ନାଁ ‘ବୁଲବୁଲ୍‌’ ରହିବ।

LEAVE A REPLY

Please enter your comment!
Please enter your name here