ଗୋପବନ୍ଧୁ ଜ୍ୟୋତି ରଥକୁ ଭବ୍ୟ ସ୍ୱାଗତ

1
265

ବ୍ରହ୍ମପୁର, ୦୫/୧୧-: ଦୈନିକ ଖବରକାଗଜ “ସମାଜ “ପକ୍ଷରୁ ସାରା ରାଜ୍ୟରେ ପରିକ୍ରମା କରୁଥିବା ଗୋପବନ୍ଧୁ ଜ୍ୟୋତି ରଥକୁ ବ୍ରହ୍ମପୁରରେ ମଙ୍ଗଳବାର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସକାଳୁ କର୍ପୋରେସନ ରୋଡ଼ ସ୍ଥିତ ଗୋପବନ୍ଧୁ ଭବନ ଠାରୁ ବାହାରିଥିବା ବିଶାଳ ଶୋଭାଯାତ୍ରାରେ ଶହ ଶହ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ହିଲପାଟଣା ସଂସ୍କୃତି ଭବନ ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଂଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗ ଅତିଥିଭାବେ ଯୋଗ ଦେଇଥିଲେ । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମକୁ ସମାଜ ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ପରିଚାଳନା କରିଥିଲେ । ସହ ସମ୍ପାଦକ ସୁଦର୍ଶନ ନାୟକ, ଜାନକୀକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲାର ଆଦର୍ଶ ଚାଷୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

1 COMMENT

LEAVE A REPLY

Please enter your comment!
Please enter your name here