ଚିକିଟି: ଗାଡି ଡିକି ଭାଙ୍ଗି ୪ ଲକ୍ଷ ଲୁଟ୍

0
315

ଚିକିଟି, ୦୬/୧୧-ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ର ଚିକିଟି ଫାଣ୍ଡି ଅଧିନସ୍ଥ ଚିକିଟି ଗଡ଼ ଆର ଆଇ ଅଫିସ ସାମ୍ନା ରୁ ଡିକି ଭାଙ୍ଗି ୪ ଲକ୍ଷ ଲୁଟି ନେଇଛନ୍ତି । ମିଳିଥିବା ସୁଚନା ମୁତାବକ ଚିକିଟି ଗଡ଼ ଚିତ୍ରକାର ସାହି ର ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରି ଉଲାସ ଗୋୖଡ ଚିକିଟି ପେଣ୍ଠ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖା ରୁ ୪ ଲକ୍ଷ ଟଙ୍କା ଉଠାଇ ଗାଡି ଡିକିରେ ଧରି ନିଜ ଘରକୁ ଯାଉଥିଲେ । ହଠାତ୍ କୌଣସି ଏକ କାମ ପଡ଼ିବା ରୁ ଆରଆଇ ଅଫିସ୍ କୁ ଯାଇଥିଲେ ଫେରିଲା ପରେ ଦେଖିଲେ ଡିକି ଭଙ୍ଗା ଯାଇଛି ଡିକିରେ ଥିବା ୪ଲକ୍ଷ ଲୁଟି ନେଇଛନ୍ତି । ଏ ନେଇ ଏକ ଲିଖିତ ଅଭିଯୋଗ କେ ନୂଆଗାଁ ଥାନାରେ ଦେବା ପରେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଦିନକୁ ଦିନ ନୂଆଗାଁ ଥାନା ଅଞ୍ଚଳ ରେ ଚୋରି , ଡକାୟତି , ରାହାଯାନୀ, ଏଟିଏମ ରୁ ଟଙ୍କା ଗାଏବ୍ ଘଟଣା ଅନବରତ ଘଟି ଆସୁଥିଲେ ମଧ୍ୟ ପୋଲିସ୍ କୌଣସି ଆଖି ଦୃଷ୍ଠିଆ ପଦକ୍ଷେପ ନେଉ ନଥିବା ସଧାରଣ ରେ ଚର୍ଚ୍ଚା ହେଉଛି । ଅନ୍ୟ ଥାନା ଇଲାକାରେ ଅପରାଧି ମାନେ ଚୋରି , ଜୁଆ ଖେଳି ବାକୁ ସୁଯୋଗ ପାଉ ନ ଥିବା ବେଳେ ଏହି ଥାନା ଇଲାକାକୁ ବାଛିନେଇ ସଫଳ ହେଉଛନ୍ତି । ଏହା ସହ ପ୍ରତିଦିନ ରାତିରେ ଚୋର ମାନେ ଗାଁ ଗାଁ ବୁଲି ବୁଲି ଲୋକ ଙ୍କୁ ଧମକାଉଥିବା କଥା ପୋଲିସ୍ କାନ ରେ ପଡ଼ିଲେ ମଧ୍ୟ କୌଣସି ଆଶାନୁରୂପକ ପଦକ୍ଷେପ ନ ନେବା ଯୋଗୁଁ ଚୋର ମାନଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଉଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here