ସାମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ସସପେନ୍ସ

0
179

ଭୂବନେଶ୍ୱର,୦୬/୧୧- ସାମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ସସ୍ପେନ୍ସ। ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ଉପକୂଳ ଛୁଇଁବ ସେ ନେଇ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଆହୁରି ୫ ଦିନ ଏହା ସମୁଦ୍ର ଉପରେ ହିଁ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ଏହାର ପ୍ରଭାବରେ ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡିର ସଦ୍ୟ ବୁଲେଟିନ୍ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇପାରେ । ଏପଟେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ଚିଠି ପରେ ଗ୍ରାଉଣ୍ଡ ଲେଭେଲରେ ପ୍ରକାଶ ପାଇଛି ତତ୍ପରତା।ସେପଟେ ସମ୍ଭାବ୍ୟ ବର୍ଷା-ପବନର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଛି। ଅମଳକ୍ଷମ ଫସଲକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଆଡ଼ଭାଇଜରି ଜାରି କରି ସତର୍କ କରିଛି କୃଷି ବିଭାଗ । ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ପୁଣିଥରେ ସମ୍ଭାବ୍ୟ ବାତ୍ୟା ନେଇ ଭୟଭୀତ ନହେବାକୁ ଅପିଲ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ଏପଟେ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କୋଣ୍ଟ୍ରୋଲ୍ ରୁମ୍, ଶୁଖିଲା ଖାଦ୍ୟ, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଉଛି।

LEAVE A REPLY

Please enter your comment!
Please enter your name here