ଶକ୍ତି ସଚିବଙ୍କ ହିଞିଳିକାଟୁ ପରିଦର୍ଶନ ସହ ୫ଟଙ୍କିଆ ଆହାର ଭୋଜନ ।

0
164

ହିଞିଳିକାଟୁ ୬/୧୧:- ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ୫ଟି । ସରକାରଙ୍କ ୫ଟିକୁ ସମସ୍ତ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିଭିନ୍ନ ଅଂଚଳ ଗ୍ରସ୍ତରୁ ବୃଦ୍ଧି ପାଉଥିବା ଜଣାଯାଉଛି । ବୁଧବାର ହିଞିଳିକାଟୁ ବ୍ଳକ ଗ୍ରସ୍ତରେ ଶକ୍ତି ସଚିବ ବିଷ୍ଣୁପାଦ ସେଠୀ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଜନସାଧାରଣଙ୍କୁ ପଚାରି ବୁଝିଥିଲେ ।ସ୍ଥାନୀୟ ବ୍ଳକ ଗୋଦରାପଲ୍ଲୀ ଗ୍ରାମରେ ପହଞ୍ଚି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାର ୪୦ ଜଣ ହିତାଧିକାରୀଙ୍କୁ ମାଗଣା ବିଦ୍ୟୁତ ସଂଯୋଗ କରାଯାଇଥିବା ବୁଲି ଦେଖିଥିଲେ । ସେଠାରୁ ସଂପୃକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟ କୋଠା ପରିଦର୍ଶନ କରିବା ସହ ଶିକ୍ଷାର୍ଥୀଙ୍କୁ ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନର ରନ୍ଧା ଖାଦ୍ୟର ମାନ ପରୀକ୍ଷା କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିଥିଲେ । ପରେ କଞ୍ଚୁରୁ ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଆଦର୍ଶ ଗାଇ ଗୁହାଳ ଦେଖିଥିଲେ । ଶାସନ ଆମ୍ବଗାଁରେ ପ୍ରତ୍ୟେକ ୧ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୬ଟି ବିଜୁପକ୍କା ଘର ଯୋଜନାରେ ନିର୍ମିତ ଗୃହ ଓ ନିର୍ମାଣଧିନ ସକ୍‌ପିଟ ବୁଲି ଦେଖିଥିଲେ । ପୂର୍ବାହ୍ନରେ ପୌର ପରିଷଦ ରେ ଆହାର କେନ୍ଦ୍ରରେ ପହଞ୍ଚି ଭୋଜନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୫ ଟଙ୍କିଆ ଆହାର ଭାତ, ଡ଼ାଲମା ଓ ଅଚାର ଭୋଜନ କରିଥିଲେ । ଭୋଜନ ସାରି ପୌର ପରିଷଦରେ ଚାଲିଥିବା ଆଦର୍ଶ ପୋଖରୀ,ଇନଡ଼ୋର ଷ୍ଟାଡ଼ିୟମ, ନିର୍ମାଣଧିନ ବସ ଟର୍ମିନାଲ, ନିର୍ମାଣଧିନ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସଚିବ ଶ୍ରୀ ସେଠୀଙ୍କ ଏହି ଗ୍ରସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର , ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବ୍ଳକ ବୈଷୟିକ ପରାମର୍ଶ ଦାତା ହର୍ଷମାଧବ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here