୧୪ ଦଫା ଦାବୀ ନେଇ ଜିଲ୍ଲା ଅଙ୍ଗନାବାର୍ଡ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଘେରାଉ

0
267

ପାରଳାଖେମୁଣ୍ଡି , ୦୬/୧୧– ଅଲ ଓଡିଶା ଅଙ୍ଗନାବାଡି ଲେଡିକ ୱାକରସ ଆସସିଏସ, ଭାରତ ମଜୁଦୁର ସଂଘ, ସଂଲଗୁ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବୀ ସମ୍ନୀଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ୫ଶହରୁ ଉଧ୍ୟ ଅଙ୍ଗନାବାଡି କର୍ମୀ ଜଗନ୍ନାଥ ମନ୍ଦିର ପରିସରରେ ସମାବେଶ ହୋଇ ସେଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଂଘର ସଭାନେତ୍ରୀ ପୁଷ୍ପାଞଳି ପଣ୍ଡା ଓ ସମ୍ପାଦିକା ଅଞ୍ଚଳି ନାୟକ ଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାନେତ୍ରୀ ପୁଷ୍ପାଞଳି ପଣ୍ଡା ଏବଂ ସମ୍ପାଦିକା ଅଞ୍ଚଳି ନାୟକ ପ୍ରତିବାଦ ସଭାରେ ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ। ମୁଖ୍ୟ ଦାବି ଗୁଡ଼ିକ ହେଲା – ଅଙ୍ଗନାବାଡି ଓ ମୀନି ଅଙ୍ଗନବାଡି ସହ ସହାୟକା କର୍ମୀ ମାନଙ୍କୁ ତୁରନ୍ତ ସରକାର କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ, ନଚେତ୍ ନହେବା ପର୍ଯ୍ୟନ୍ତ ସର୍ବନିମ୍ନ ମାସକୁ ଅଙ୍ଗନାବାଡି ଓ ମୀନି ଅଙ୍ଗନାବାଡି କର୍ମୀଙ୍କୁ ୧୮ ହଜାର ଟଙ୍କା ଏବଂ ସାହାୟିକାଙ୍କ ପାଇଁ ୯ ହଜାର ଟଙ୍କା ପ୍ରଦାନ କରାଯାଉ। ସୁପ୍ରଭାଇଜର ପଦବୀ ପାଇଁ କେବଳ ଅଙ୍ଗନାବାଡି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯାଉ। ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି କରାଯାଉ । ଟିଏ-ଡିଏ ଲାଗୁ କରାଯାଉ ଏବଂ ଅଙ୍ଗନାବାଡି କେନ୍ଦ୍ର ପରିଚାଳନା ପାଇଁ ପ୍ରତେକ ମାସରେ ଘର ଭଡା ପ୍ରଦାନ କରାଯାଉ। କାର୍ଯ୍ୟରତ ସମୟରେ ଦୁଘଟଣା ଜନିତ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉ। ସେହିପରି ଅନେକ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସମସ୍ତ ଦାବି ଗୁଡ଼ିକ ଆମର ମୌଳିକ ଓ ଯଥାର୍ଥ ଦାବୀ ରହିଛି । ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ଆମ ପ୍ରତି ସଦୟ ହେବେ, ତେବେ ଦାବୀ ଗୁଡିକ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ତା ହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କାର୍ଯ୍ୟବନ୍ଧ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।
ରିପୋର୍ଟ-ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here