ପ୍ରାଧୀକରଣ ଦ୍ବାରା ଜଣେ ଅସହାୟ ମହିଳା ଙ୍କୁ ଅସ୍ଥାୟୀ ଭାବେ ଥଇଥାନ

0
190

ବ୍ରହ୍ମପୁର, ୦୮/୧୧– ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଗଞ୍ଜାମ ଦ୍ବାରା ଜଣେ ଅସହାୟ ମହିଳା ଙ୍କୁ ଥଇଥାନ କରାଯାଇଛି। ଉକ୍ତ ମହିଳା ଜଣଙ୍କୁ ତାଙ୍କ ପରିବାର ର କିଛି ସଦସ୍ଯ ଘରରୁ ବାହାର କରିଦେଇଥିଲେ। ଏହି ଖବର ଟି ପ୍ରାଧୀକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ଙ୍କ ଦୁଷ୍ଟି ଗୋଚର ହେବାପରେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ବ୍ରହ୍ମପୁର ସ୍ଥିତ ଏକକାଳୀନ ସମାଧାନ କେନ୍ଦ୍ର ଠାରେ ଅସ୍ଥାୟୀ ଭାବେ ଥଇଥାନ ନିମନ୍ତେ ପତ୍ର ଲେଖି ଥିଲେ। ଉକ୍ତ ମହିଳା ଙ୍କ ନାମ ଜାନକୀ ଗୌଡ, ପିତା ଦିନବନ୍ଧୁ ଗୌଡ, ଚେରମାରିଆ ର ଅଟେ। ପ୍ରାଧୀକରଣ ଅଧିନ ରିଟେନର ଶ୍ରୀଯୁକ୍ତ ଗୋରାଚାନ୍ଦ ଭଟ୍ଟମିଶ୍ର ସେହି ମହିଳା ଙ୍କୁ ଏକକାଳୀନ ସମାଧାନ କେନ୍ଦ୍ର ରେ ଅସ୍ଥାୟୀ ଭାବେ ଥଇଥାନ କରି ପ୍ରାଧୀକରଣ କାର୍ଯ୍ୟାଳୟ କୁ ଅବଗତି କରାଇଛନ୍ତି।

LEAVE A REPLY

Please enter your comment!
Please enter your name here