ପ୍ରାଧୀକରଣ ଦ୍ବାରା ଆଇନ ସଚେତନତା ଶିବିର ଅନୁଷ୍ଠିତ

1
172

ବ୍ରହ୍ମପୁର, ୦୮/୧୧– ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଗଞ୍ଜାମ ଦ୍ବାରା ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଙ୍ଗିପୁର ପଚାଂୟତ କାର୍ଯ୍ୟାଳୟ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାଧୀକରଣ ର ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ମୂଖ୍ଯ ଅତିଥି ରୂପେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ରଙ୍ଗେଇଲୁଣ୍ଡା ବ୍ଳକ ଏବିଡିଓ ତ୍ରିପତି ବାଲାଜୀ ସାମନ୍ତ ରାୟ, ରଙ୍ଗେଇଲୁଣ୍ଡା ବ୍ଳକ ଭାଇସ ଚେୟାରମ୍ୟାନ ଅଜିତ କୁମାର ଦାସ, ରଙ୍ଗିପୁର ପଚାଂୟତ ଅଫିସର ନିରଞ୍ଜନ ଖାଡାଙ୍ଗା,ରଙ୍ଗିପୁର ପଚାଂୟତ ସରପଂଚ ରଶ୍ମିତା ପଟ୍ଟନାୟକ, ନାଏବ ସରପଂଚ କୁନି ଶତପଥୀ ପ୍ରମୂଖ ଉପସ୍ଥିତ ଥିଲେ। ଆଇନସେବା ପ୍ରାଧୀକରଣ ଅଧିନିୟମ, ଲୋକ ଅଦାଳତ, ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଇତ୍ୟାଦି ସଂପର୍କ ରେ ଜନସାଧାରଣ ଙ୍କୁ ସଚେତନ କରାଯାଇ ପ୍ରାଧୀକରଣ ଦ୍ବାରା ନ୍ୟାର୍ଯ୍ୟ ଦାବୀ ପାଇବା ରେ ସଫଳ ହେବା ନିମନ୍ତେ ସେମାନଙ୍କୁ ବୁଝିଇ ଦିଆଯାଇଥିଲା। ସଭା କାର୍ଯ୍ୟ କୁ ସ୍ଥାନୀୟ ଭାଇସ ଚେୟାରମ୍ୟାନ, ପଚାଂୟତ ଏକ୍ସଟେନସନ ଅଫିସର, ଇତ୍ୟାଦି ଙ୍କ ସହଯୋଗ ରେ ସୂଚାରୁ ରୂପେ ସଂପାଦନ ହୋଇଥିଲା।

1 COMMENT

LEAVE A REPLY

Please enter your comment!
Please enter your name here